ସିଦ୍ଧାର୍ଥ-ନେହାଙ୍କ ନୂଆ ଗୀତ ରିଲିଜ

ମୁମ୍ବାଇ: ଅଭିନେତା ସିଦ୍ଧାର୍ଥ ଶୁକ୍ଳା ଓ ବଲିଉଡ ଆକ୍ଟ୍ରେସ ନେହା ଶର୍ମା ଅଭିିନୀତ ନୂଆ ରୋମାଣ୍ଟିକ ଗୀତ ‘ଦିଲ କୋ କରାର ଆୟା’ ରିଲିଜ ହୋଇଛି। ୟୁଟ୍ୟୁବରେ ମୁକ୍ତିଲାଭ କରିବା ମାତ୍ରେ ଏ ଗୀତ ଚହଳ ପକାଇଛି। ଗୀତଟିକୁ ଖୁବ ପସନ୍ଦ କରିଛନ୍ତି ପ୍ରଶଂସକ। ଗୀତରେ ସିଦ୍ଧାର୍ଥ ଓ ନେହାଙ୍କ ଅନସ୍କ୍ରିନ କେମିଷ୍ଟ୍ରି ଦେଖିବା ଭଳି ହୋଇଛି। ସିଦ୍ଧାର୍ଥ-ନେହାଙ୍କ ଯୋଡ଼ିକୁ ଖୁବ୍ ପସନ୍ଦ କରିଛନ୍ତି ଦର୍ଶକ। ରିଲିଜ ହେବାର ଅଳ୍ପ ସମୟ ମଧ୍ୟରେ ଗୀତଟିକୁ ୯୦ ହଜାରରୁ ଅଧିକ ଥର ଦେଖିସାରିଲେଣି ପ୍ରଶଂସକ। ଦେଶୀ ମ୍ୟୁଜିକ ଫ୍ୟାକ୍ଟ୍ରିର ୟୁଟ୍ୟୁବ ଚ୍ୟାନେଲରେ ରିଲିଜ ହୋଇଥିବା ଏ ଗୀତକୁ ଗାଇଛନ୍ତି ନେହା କକ୍କର ଓ ୟାସୀର ଦେଶାଇ। ରଜତ ନାଗପାଲ ଏହାର ମ୍ୟୁଜିକ ଦେଇଥିବାବେଳେ ଗୀତଟି ଲେଖିଛନ୍ତି ରାଣା। ଏହା ପୂର୍ବରୁ ‘ଦିଲ କୋ କରାର ଆୟା’ର ପୋଷ୍ଟର ରିଲିଜ ହୋଇ ବେଶ ଚର୍ଚ୍ଚିତ ହୋଇଥିଲା।