ଲାଞ୍ଚ ନେଇ ଏସଆଇ ଗିରଫ

ଖୋର୍ଦ୍ଧା,ଏନ୍ଏନ୍ଏସ୍: ଦୁଇ ହଜାର ଟଙ୍କା ଲାଞ୍ଚ ନେଉଥିବାବେଳେ ଖୋର୍ଦ୍ଧା ସଦର ଥାନାର ଏସଆଇ କେଦାରେଶ୍ୱର ନନ୍ଦ ଖୋର୍ଦ୍ଧା ଭିଜିଲାନ୍ସ ଦ୍ୱାରା ସୋମବାର ଗିରଫ ହୋଇଛନ୍ତି । ପଲ୍ଲାତୋଟାପଡାର ସୁଶାନ୍ତ ସାହୁଙ୍କ ଠାରୁ ପୋଲିସ ଜବତ କରିଥିବା ବାଇକ ଫେରାଇବା ପାଇଁ ଏହି ଟଙ୍କା ନେଉଥିଲେ । ଭିଜିଲାନ୍ସ ଡିଏସପି ମନୋରଞ୍ଜନ ପାଇକରାୟଙ୍କ ନେତୃତ୍ୱରେ ଏକ ଟିମ୍‌ ସଦର ଥାନାରେ ଚଢ଼ାଉ କରି ଗିରଫ କରିଥିଲେ । ତାଙ୍କ ଠାରୁ ଲାଞ୍ଚ ଟଙ୍କା ଜବତ ହୋଇଛି । ମଙ୍ଗଳବାର ତାଙ୍କୁ କୋର୍ଟ ଚାଲାଣ କରାଯିବ।