‘ରୋଜି’ରୁ ଡେବ୍ୟୁ କରିବେ ପଲକ

ମୁମ୍ବାଇ,ଏଜେନ୍ସି: ଜଣାଶୁଣା ଅଭିନେତ୍ରୀ ଶ୍ୱେତା ତିୱାରୀଙ୍କ ଝିଅ ପଲକ ‘ରୋଜି’ ଫିଲ୍ମରୁ ଆକ୍ଟିଂ ଡେବ୍ୟୁ କରିବେ। ସୋସିଆଲ ମିଡିଆରେ ବେଶ୍ ସକ୍ରିୟ ପଲକ ଖୁବ ଶୀଘ୍ର ଅଭିନୟକୁ ଆସିବେ ବୋଲି ଚର୍ଚ୍ଚା ଚାଲିଥିଲା। ନିକଟରେ ପଲକଙ୍କ ପ୍ରଥମ ଫିଲ୍ମର ନାଁ ଘୋଷଣା ସହ ପୋଷ୍ଟର ରିଲିଜ ହୋଇଯାଇଛି।  ପିଲ୍ମର ପୋଷ୍ଟରରେ ପଲକ ବେଶ୍ ଗ୍ଲାମରସ୍ ନଜର ଆସୁଛନ୍ତି। ବିଶାଲ ମିଶ୍ରା ଏ ଫିଲ୍ମର ନିର୍ଦ୍ଦେଶକ। ନିଜ ଟୁଇଟର ହ୍ୟାଣ୍ଡଲରେ ‘ରୋଜି’ର ପୋଷ୍ଟର ସେୟାର କରିବା ସହ ଏ ବର୍ଷ ଶେଷ ବେଳକୁ ଏହାର ସୁଟିଂ ଆରମ୍ଭ ହେବ ବୋଲି ଲେଖିଛନ୍ତି ସମୀକ୍ଷକ ତରନ ଆଦର୍ଶ। ପଲକ ଅଭିନେତ୍ରୀ ଶ୍ୱେତା ଏବଂ ତାଙ୍କର ପ୍ରଥମ ସ୍ୱାମୀ ରାଜା ଚୌଧରୀଙ୍କ ଝିଅ। ପରେ ଶ୍ୱେତା ଅଭିନବ କୋହଲିଙ୍କୁ ବିବାହ କରିଛନ୍ତି। ରେୟାଂଶ, ଶ୍ୱେତା ଓ ଅଭିନବଙ୍କ ପୁଅ।