କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ସଟ-ଡାଉନ ଘୋଷଣା କଲେ ସରପଞ୍ଚ

ବାଣପୁର,ଏନ୍ଏନ୍ଏସ୍ : ମହାମାରୀ ଭୁତାଣୁ କୋରୋନା ଏବେ ସାରା ଦେଶ ବିଦେଶରେ ଦିନକୁ ଦିନ କାୟାବିସ୍ତାର ବଡିବାରେ ଲାଗିଛି । ଏହାକୁ ନଜରରେ ରଖି ଜିଲ୍ଲାପାଳ କ୍ଷମତା ଦେଖାଇଛନ୍ତି ନାଚୁଣି ସରପଞ୍ଚ । ନାଚୁଣି ସରପଞ୍ଚ ନିଜ ଅଞ୍ଚଳ ବାସୀଙ୍କୁ ଓ ଅଞ୍ଚଳର ବଜାର, କହ୍ନେଇପୁର, ଜୀବନଦେଇପୁର, ଗୋରଡଝରି, ତିନି ଦିନ ପାଇଁ ସଟଡାଉନ୍ ଘୋଷଣା କରିଛନ୍ତି। ନାଚୁଣି ପଞ୍ଚାୟତର ରହିଥିବା କ୍ୱାରେଣ୍ଟିନ ସେଣ୍ଟରରୁ ୯ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବା କାରଣରୁ ସରପଞ୍ଚ କାବୁଲି ପ୍ରଧାନ ପକ୍ଷରୁ ଏହି ପଦକ୍ଷେପ ଗ୍ରହଣ ନିଆଯାଇଛି ।

ନାଚୁଣି ବଜାର ଉପରେ କେତୋଟି ଗ୍ରାମ ନିର୍ଭର କରୁଥିବାରୁ ଗୋଷ୍ଠୀ ସଂକ୍ରମଣକୁ ଦୂର କରିବା ପାଇଁ ସରପଞ୍ଚ ଏହି ଘୋଷଣା କରିଛନ୍ତି। ଯାହାଦ୍ୱାରା ସରପଞ୍ଚ ୩୧.୦୫.୨୦୨୦ ସନ୍ଧ୍ୟା ୬ଟା ସମୟରୁ ୩.୦୬.୨୦୨୦ ତାରିଖ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ବଜାର ସହ ଓ କେତୋଟି ଅଞ୍ଚଳକୁ ସଟଡାଉନ୍ ଘୋଷଣା କରାଛନ୍ତି। କେବଳ ଔଷଧ ଦୋକାନ ବ୍ୟତିତ ଅନ୍ୟ ସମସ୍ତ ଦୋକାନ ବନ୍ଦ ରହିବ ଏବଂ ସାଧାରଣ ଲୋକଙ୍କ ଚଳାଚଳ ଏହି ସମୟରେ ବନ୍ଦ ରହିବ। ଏହା ସହିତ ତିନି ଦିନ ମଧ୍ୟରେ ଏହି ବଜାରଟିକୁ ସମ୍ପୂର୍ଣ୍ଣ ସାନିଟାଇଜ୍ କରାଯିବ ବୋଲି ସରପଞ୍ଚ କାବୁଲି ପ୍ରଧାନ ମତ ଦେଇଛନ୍ତି ।