କଟକ,ଏନ୍ଏନ୍ଏସ୍: ଦୀର୍ଘ ଦିନ ଧରି ଚାଲିଥିବା ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ବିବାଦ ରେ ଆଜି ଶୁଣାଣୀ କରିବେ ହାଇକୋର୍ଟ। ଗତ ୭ ତାରିଖ ସୁଦ୍ଧା ପରିକ୍ରମା ପ୍ରକଳ୍ପ ସମ୍ପର୍କିତ ରିପୋର୍ଟ ଦାଖଲ କରିବା ଲାଗି ଏଏସଆଇକୁ ନିର୍ଦ୍ଦେଶ ଦିଆଯାଇଥିବା ବେଳେ ବର୍ତ୍ତମାନ ଶୁଣାଣୀକୁ ଅପେକ୍ଷା ରହିଛି।
ଶ୍ରୀମନ୍ଦିରର ନିଶିଦ୍ଧାଞ୍ଚଳର ଶହେ ମିଟର ଭିତରେ ନିର୍ମାଣ କାର୍ଯ୍ୟକୁ ନେଇ ବିବାହଦ ଲାଗିରହିଛି। ଯାହା ବେଆଇନ ବୋଲି କୁହାଯାଉଥିବା ବେଳେ ଏହା ଦ୍ବାରା ଶ୍ରୀମନ୍ଦିର ପ୍ରତି ବିପଦ ଥିବା ଆବେଦନକାରୀ ମାନେ କୋର୍ଟଙ୍କୁ ଦର୍ଶାଇଛନ୍ତି।
ପରିକ୍ରମା ପ୍ରକଳ୍ପକୁ ଚ୍ୟାଲେଞ୍ଜ କରି ପୁରୀ ନିବାସୀ ଦିଲ୍ଲୀପ ବରାଳ ହାଇକୋର୍ଟରେ ଜନସ୍ବାର୍ଥ ମାମଲା ଦାୟର କରିଥିଲେ। ଏଥିରେ ପକ୍ଷଭୁକ୍ତ ହେବା ଲାଗି ଆଉ ଜଣେ ବ୍ୟକ୍ତି ମଧ୍ୟ ଇଣ୍ଟର୍ ଭେନିଂ ପିଟିସନ ଦାଖଲ କରିଛନ୍ତି।
ତେବେ ଶ୍ରୀମନ୍ଦିର ଚତୁର୍ପାର୍ଶ୍ୱରେ କି ପ୍ରକାର ନିର୍ମାଣ କାର୍ଯ୍ୟ ପାଇଁ କାହାର ଅନୁମତି ଲୋଡ଼ାଯାଇଛି ଏବଂ ନିର୍ମାଣ କାର୍ଯ୍ୟ ଲାଗି ଶ୍ରୀମନ୍ଦିର ପ୍ରତି ବିପଦ ଅଛି କି ନାହିଁ , ତା ଉପରେ ରିପୋର୍ଟ ଦାଖଲ କରିବାକୁ କୋର୍ଟଙ୍କ ନିର୍ଦ୍ଦେଶ ଥିଲା। ତେବେ ସେହି ତଥ୍ୟକୁ ଆଧାର କରି ଆଜି ଶୁଣାଣୀ କରାଯିବ ।