ନିମଳ ଚନ୍ଦ୍ର ମିଶ୍ର ହେଲେ ଓଡିଶା ଷ୍ଟାଫ୍ ସିଲେକ୍ସନ କମିଶନର ଅଧ୍ୟକ୍ଷ

ଭୁବନେଶ୍ୱର,ଏନ୍ଏନ୍ଏସ୍: ଆଇଏଏସ୍ ନିର୍ମଳ ଚନ୍ଦ୍ର ମିଶ୍ରଙ୍କୁ ଓଡିଶା ଷ୍ଟାଫ୍ ସିଲେକ୍ସନ କମିଶନର ଅଧ୍ୟକ୍ଷ ଭାବେ ନିଯୁକ୍ତି ଦିଆଯାଇଛି। ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟରୁ ମିଳିଥିବା ସୂଚନା ଅନୁସାରେ ତାଙ୍କୁ ଏହି ଦାୟିତ୍ୱ ଦିଆଯାଇଛି। ତେବେ ବର୍ତ୍ତମାନର ଅଧ୍ୟକ୍ଷ ମେଜର ଜେନେରାଲ୍ ଭବାନୀ ଶଙ୍କର ଦାସଙ୍କ କାର୍ଯ୍ୟକାଳ ଅବଧି ଶେଷ ହେବାପରେ ଶ୍ରୀ ମିଶ୍ରଙ୍କୁ ଏହି ଦାୟିତ୍ୱ ଦିଆଯାଇଛି।