ଶନି ଓ ରବି ବନ୍ଦ ରହିବ ଶ୍ରୀମନ୍ଦିର

ପୁରୀ,ଏନ୍ଏନ୍ଏସ୍: ଶ୍ରୀମନ୍ଦିର ଏଣିକି ପ୍ରତି ଶନି ଓ ରବିବାର ବନ୍ଦ ରହିବ। କରୋନା ସଂକ୍ରମଣ ବଢ଼ୁଥିବାରୁ ସାଧରଣ ଦର୍ଶନାର୍ଥୀଙ୍କ ପାଇଁ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ କଟକଣା ଜାରି କରାଯାଇଛି। ଏହି କଟକଣା ଆସନ୍ତା ୨୪ ତାରିଖରୁ ଲାଗୁ ହେବ। ଛତିଶା ନିଯୋଗ ବୈଠକ ପରେ ଏହି ନିଷ୍ପତ୍ତି ନିଆଯାଇଥିବା ଜଣାପଡ଼ିଛି।