ଟିକଟିକରେ ଶ୍ରୀମନ୍ଦିର ଭିତର ଭିଡିଓ ଭାଇରାଲ

ପୁରୀ,ଏନ୍ଏନ୍ଏସ୍: ପୁଣିଥରେ ପୁରୀ ଶ୍ରୀମନ୍ଦିରର ଭିତର ଫଟୋ ଭାଇରାଲ ହୋଇଛି। କେବଳ ଫଟୋ ନୁହେଁ, ଶ୍ରୀମନ୍ଦିର ଆନନ୍ଦ ବଜାର, ବେଢ଼ାକୁ ଜଣେ ଯୁବତୀ ଭିଡିଓ ଉତ୍ତୋଳନ କରି ଟିକଟିକ୍ ଭିଡିଓ ପ୍ରସ୍ତୁତ କରିଥିବା ଜଣାପଡିଛି।

ଏପରିକି ଆନନ୍ଦ ବଜାରର ମହାପ୍ରସାଦ ଫଟୋ ମଧ୍ୟ ସୋସିଆଲ ମିଡିଆରେ ଭାଇରାଲ ହୋଇଛି। ତେବେ କେଉଁ ଅବସ୍ଥାରେ ଯୁବତୀ ଜଣଙ୍କ ଫୋନ୍ ଶ୍ରୀମନ୍ଦିର ପରିସରକୁ ନେଲେ ତାହା ଜଣାପଡିନାହିଁ କିନ୍ତୁ ଫଟୋ ଉତ୍ତୋଳିତ କରି ନିଜ ସୋସିଆଲ ମିଡିଆ ପେଜ୍ ରେ ଛାଡିଦେଇଥିବା ଜଣାପଡିଛି।

ତେବେ ଆଗରୁ ଅନେକ ଥର ମୋବାଇଲ ଭିତରକୁ ନିଆଯାଇ ଫଟୋ ଭାଇରାଲ ହୋଇଥିବାରୁ ଏନେଇ ବିଭିନ୍ନ ମହଲରୁ ନିନ୍ଦା କରାଯାଇଛି।