ପ୍ରତି ଶନିବାର ଓ ରବିବାର ବନ୍ଦ ରହିବ ଶ୍ରୀମନ୍ଦିର, ଗଣେଶ ପୂଜାରେ ମଧ୍ୟ ଜଗା ଦର୍ଶନରେ ଲାଗିଲା କଟକଣା

ପୁରୀ,ଏନ୍ଏନ୍ଏସ୍: ସେପ୍ଟେମ୍ବର ମାସର ଗାଇଡଲାଇନରେ ଅନେକ କଟକଣା କୋହଳ କରାଯାଇଛି। ଖସୁଥିବା କରୋନା ସଂକ୍ରମଣ ହାରକୁ ନଜରରେ ରଖି ରାଜ୍ୟ ସରକାର ସେପ୍ଟେମ୍ବର ମାସର କଟକଣାକୁ ଆହୁରି କୋହଳ କରିଛନ୍ତି। ଏହି ଗାଇଡଲାଇନ ଅନୁଯାୟୀ ରାଜ୍ୟରେ ସପ୍ତାହନ୍ତ ସଟଡାଉନ୍ ଉଠାଇ ଦିଆଯାଇଛି। ପୁରୀ ଶ୍ରୀମନ୍ଦିର ପୂର୍ବ ଭଳି ଶନିବାର ଓ ରବିବାର ବନ୍ଦ ରହିବ। ଆସନ୍ତା ୧୦ ତାରିଖରେ ଗଣେଶ ପୂଜାରେ ମଧ୍ୟ ଶ୍ରୀମନ୍ଦିର ବନ୍ଦ ରହିବ। ଶ୍ରୀମନ୍ଦିରରେ ଭିଡ ନିୟନ୍ତ୍ରଣ ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ଏହି କଟକଣା ଜାରି କରାଯାଇଛି।

ଗାଇଡଲାଇନ୍ ଅନୁସାରେ ସାପ୍ତାହିକ ସଟଡାଉନ୍ ହଟାଇ ଦିଆଯାଇଥିବା ବେଳେ କେବଳ ପୌରାଞ୍ଚଳରେ ରାତି ୧୦ରୁ ସକାଳ ୫ଟା ପର୍ଯ୍ୟନ୍ତ ଜାରି ରହିଛି ନାଇଟ୍ କର୍ଫ୍ୟୁ।