ପୁରୀ,ଏନ୍ଏନ୍ଏସ୍ : ଶ୍ରୀମନ୍ଦିର ବଜେଟ ୧୯୦.୨୬ କୋଟି ଟଙ୍କା ସ୍ଥିର କରାଯାଇଛି। ଶ୍ରୀମନ୍ଦିର ପରିଚାଳନା କମିଟିର ବୈଠକରେ ବଜେଟ ଅନୁମୋଦନ ହୋଇଥିବା ଜଣାପଡ଼ିଛି। ଏନେଇ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ କ୍ରୀଷନ କୁମାର ସୂଚନା ଦେଇଛନ୍ତି। ରାଜସ୍ୱ ସୂତ୍ରରୁ ପ୍ରାୟ ୧୦୬ କୋଟି ଆୟ ହେଉଥିବାବେଳେ ୮୫ କୋଟି ବ୍ୟୟ ହେବ। ରାଜସ୍ୱ ବଳକା ପାଇଁ ୨୧ କୋଟି ଟଙ୍କା ରହିବା ନେଇ ଆକଳନ କରାଯାଇଛି। ରଥଯାତ୍ରା ଓ ସ୍ନାନ ଯାତ୍ରା ପାଇଁ ୧୨ କୋଟି ୭୨ଲକ୍ଷ ବ୍ୟୟ ବରାଦ ହୋଇଛି। ରାଜସ୍ୱ ଆୟ ମଧ୍ୟରୁ ସ୍ଥାୟୀ ଜମାରୁ ପ୍ରାୟ ୩୭ କୋଟି ସୁଧ ମିଳିବ। ବିଭିନ୍ନ ଖାଦାନରୁ ପ୍ରାୟ ୧୫ କୋଟି ଏବଂ ଜମି ବିକ୍ରି ଓ ଅଧିଗ୍ରହଣରୁ ପ୍ରାୟ ୬୦ କୋଟି ଆୟ ହେବି। ଏଥିସହିତ ବଳକା ପ୍ରାୟ ୭୦ କୋଟି ଟଙ୍କା କର୍ପସ ଫଣ୍ଡରେ ଜମା ପାଇଁ ଆକଳନ କରାଯାଇଛି। ଏବେ ୬୭୫ କୋଟି ଥିବା କର୍ପସ ଫଣ୍ଡ ୭୫୦ କୋଟିକୁ ବୃଦ୍ଧି ଲକ୍ଷ୍ୟ ରଖାଯାଇଥିବା ସୂଚନା ମିଳିଛି।