ନୂଆଦିଲ୍ଲୀ: ଦିଲ୍ଲୀର ବହୁଚର୍ଚ୍ଚିତ ଶ୍ରଦ୍ଧା ହତ୍ୟାକାଣ୍ଡ ମାମଲାରେ ପୁଲିସ ୬ହଜାର ୬୨୯ ପୃଷ୍ଠାର ଚାର୍ଜସିଟ ଦାଖଲ କରିଛି । ଏହି ସମୟରେ ଅଭିଯୁକ୍ତ ଅଫତାବ ପୁନାୱାଲାକୁ ସାକେତ କୋର୍ଟରେ ଭିଡିଓ କନଫ୍ରେନ୍ସିଂ ମାଧ୍ୟମରେ ହାଜର କରାଯାଇଛି । ଅଫତାବଙ୍କ ନ୍ୟାୟିକ ହେପାଜତ ଫେବୃଆରୀ ୭ ପର୍ଯ୍ୟନ୍ତ କୋର୍ଟ ବଢ଼ାଇ ଦେଇଛନ୍ତି । ଉକ୍ତ ଚାର୍ଜସିଟରେ ୧୦୦ରୁ ଅଧିକ ସାକ୍ଷୀ ସହ ଫରେନସିକ ଓ ଇଲେକଟ୍ରୋନକ ପ୍ରମାଣକୁ ଆଧାର କରାଯାଇଛି । ଛତରପୁର ଜଙ୍ଗଲରୁ ଜବତ ହୋଇଥିବା ଶରୀର ଖଣ୍ଡର ଡିଏନଏ ରିପୋର୍ଟକୁ ମଧ୍ୟ ଚାର୍ଜସିଟରେ ଦାଖଲ କରାଯାଇଛି । ଏଥିସହିତ ଅଫତାବଙ୍କ ପଲିଗ୍ରାଫ ଓ ନାର୍କୋ ଟେଷ୍ଟର ରିପୋର୍ଟ ମଧ୍ୟ ଚାର୍ଜସିଟରେ ଉଲ୍ଲେଖ କରାଯାଇଛି । କିନ୍ତୁ ନାର୍କୋ ଓ ପଲିଗ୍ରାଫ ଟେଷ୍ଟ ରିପୋର୍ଟକୁ କୋର୍ଟ ପ୍ରମାଣ ଆଧାରରେ ସ୍ୱୀକାର କରାନାହାନ୍ତି ।