ଭୁବନେଶ୍ୱର,ଏନ୍ଏନ୍ଏସ୍: ଗତକାଲି ଯୁକ୍ତ ଦୁଇ ବିଜ୍ଞାନ ପରୀକ୍ଷା ଫଳ ପ୍ରକାଶ ପାଇଥିଲା। ଚଳିତ ବର୍ଷ ବିଜ୍ଞାନରେ ୭୦.୨୧ ପ୍ରତିଶତ ରେଜଲ୍ଟ ହୋଇଥିବାବେଳେ ୧୫ଟି ମହାବିଦ୍ୟାଳୟରେ ଜିରେ ରେଜଲ୍ଟ ହୋଇଛି। ଏନେଇ ଆଜି ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ଉକ୍ତ କଲେଜମାନଙ୍କୁ କାରଣ ଦର୍ଶାଅ ନୋଟିସ ଜାରି କରାଯାଇଛି। ନୋଟିସ ଅନୁସାରେ ୭ ଦିନ ମଧ୍ୟରେ କଲେଜ କର୍ତ୍ତୃପକ୍ଷ ଏହାର ଜବାବ ଦେବେ। ଏଥିସହ ଉକ୍ତ କଲେଜରେ ବିଜ୍ଞାନ ବିଭାଗ କାହିଁକି ରହିବ ସେନେଇ ସୂଚନା ଦେବେ କଲେଜ କର୍ତ୍ତୃପକ୍ଷ।