ଅଧିକ ସମୟ ଧରି ମାସ୍କ ପିନ୍ଧୁଛନ୍ତି କି ?

ଭୁବନେଶ୍ୱର, ଏନ୍ଏନ୍ଏସ୍: କରୋନା ସଂକ୍ରମଣରୁ ନିଜକୁ ସୁରକ୍ଷିତ ରଖିବା ପାଇଁ ମାସ୍କ ପିନ୍ଧିବା ନିତ୍ୟାନ୍ତ ଆବଶ୍ୟକ। କିନ୍ତୁ ଦୀର୍ଘ ସମୟ ଧରି ମାସ୍କ ପିନ୍ଧିଲେ ମୁହଁ କୁଣ୍ଡେଇ ହେବା, ଦାନ ଦାନା ବାହାରିବା ସହ ଦାଗ ହୋଇଥାଏ। ତେଣୁ ଏସବୁ ସମସ୍ୟାକୁ ଦୂର କରିବା ପାଇଁ କେଉଁ ଦିଗ ପ୍ରତି ଧ୍ୟାନ ଦେବା ଉଚିତ ଆସନ୍ତୁ ଜାଣିବା।…
*ପାଣି: ଅଧିକ ପରିମାଣରେ ପାଣି ପିଇବା ଉଚିତ। ପାଣି ପିଇବା ଦ୍ୱାରା ତ୍ୱଚା ହାଇଡ୍ରେଟ ରହିଥାଏ। ଉଷୁମ ପାଣିରେ ତୁଳସୀ ପତ୍ର ପକାଇ ପିଇଲେ ତ୍ୱଚା ହାଇଡ୍ରେଟ ରହିବା ସହ ରୋଗ ପ୍ରତିରୋଧକ କ୍ଷମତା ମଧ୍ୟ ବଢ଼ିଥାଏ।
*ଫେସକ୍ରୀମ୍: ମାସ୍କ ପିନ୍ଧିବାର ୨୦ ମିନିଟ୍ ପୂର୍ବରୁ ଫେସକ୍ରୀମ୍ ନିଶ୍ଚୟ ଲଗାନ୍ତୁ। ଆଣ୍ଟିବ୍ୟାକ୍ଟେରିୟାଲ କ୍ରୀମ୍ ଲଗାଇବା ସବୁଠୁ ଭଲ। କାରଣ ଏହାଦ୍ୱାରା ମୁହଁରେ ଜଳାପୋଡ଼ା ଓ ଦାନା ବାହାରିବା ସମସ୍ୟା ଦୂର ହୋଇଥାଏ। ଏଥିସହିତ ମାସ୍କ ଓହ୍ଲାଇବା ପରେ ହାତକୁ ଭଲଭାବେ ହ୍ୟାଣ୍ଡୱାସ୍ ଲଗାଇ ସଫା କରି ଆଣ୍ଟିବ୍ୟାକ୍ଟେରିୟାଲ ଫେସୱାସରେ ମୁହଁକୁ ଧୋଇ ଦିଅନ୍ତୁ। ଏହାଦ୍ୱାରା ମୁହଁର ଦାଗ ଦୂର ହେବ।
*ଝାଳ: ଯେଉଁମାନଙ୍କ ମୁହଁରୁ ଅଧିକ ଝାଳ ବାହାରୁଥିବ ସେମାନେ ମାସ୍କ ପିନ୍ଧିବା ସମୟରେ ଗୋଟିଏ କଥା ଧ୍ୟାନ ରଖିବା ଉଚିତ। ମୁହଁକୁ ଭଲଭାବେ ସଫା କରି ଅଏଲ ଫ୍ରି କ୍ରୀମ୍ ଲଗାଇବା ଜରୁରୀ। କାରଣ ଅଏଲ ଫ୍ରି କ୍ରୀମ୍ ଲଗାଇବା ଦ୍ୱାରା ଝାଳ କମ୍ ବାହାରିଥାଏ।