ଭାରତକୁ ଖୁବ୍ ଶୀଘ୍ର ମିଳିବ କରୋନା ଟିକା ମୋଡର୍ନା

ନୂଆଦିଲ୍ଲୀ,ଏଜେନ୍ସି: କରୋନା ଭୂତାଣୁ ଭାରତ ସମେତ ସମଗ୍ର ବିଶ୍ୱର ୨୧୩ ଦେଶକୁ କବଳିତ କରିଛି। ଏଭଳି ପରିସ୍ଥିତିରେ କରୋନା ଚିକିତ୍ସା ପାଇଁ ଅନେକ ଟିକା ବ୍ୟବହାର କରାଯାଉଛି। ତେବେ ମୋଡର୍ନା ଟିକା କରୋନା ଭୂତାଣୁ ଉପରେ ୯୪.୫ ପ୍ରତିଶତ ପ୍ରଭାବଶାଳୀ ବୋଲି କମ୍ପାନୀ ଦାବି କରିଛି।

କରୋନା ସମୟରେ ଅନେକ କମ୍ପାନୀ ଟିକା ପ୍ରସ୍ତୁତ କରିଥିବା ଦାବି କରିଛନ୍ତି। ଏହିପରି ଏକ କମ୍ପାନୀ ହେଉଛି ଆମେରିକାର ମୋଡର୍ନା। ଏହି ଟିକା ପାଇଁ ଭାରତର ମଧ୍ୟ ମୋଡର୍ନାଙ୍କ ସହ ଯୋଗାଯୋଗରେ ଅଛି। କମ୍ପାନୀର ସିଇଓ ଷ୍ଟିଫେନ୍ ବେନସାଲ ଶନିବାର କହିଛନ୍ତି ଯେ ଡୋଜ ଅନୁଯାୟୀ ଟିକା ପାଇଁ କେନ୍ଦ୍ର ସରକାରଙ୍କୁ ୨୫–୩୭ ଡଲାର (୧,୮୫୪.୦୭– ୨,୭୪୪.୦୨ ଟଙ୍କା) ଦେବାକୁ ପଡିବ। ଷ୍ଟିଫେନ୍ ଆହୁରି କହିଛନ୍ତି ଯେ ଆମ ଟିକା ମୂଲ୍ୟ ଫ୍ଲୁ ଟିକା ସହିତ ସମାନ, ଯାହା ୧୦-୫୦ ଡଲାର (୭୪୧.୬୩-୩,୭୦୮.୧୩ ଟଙ୍କା) ମଧ୍ୟରେ ରହିଛି।