ସଟଡାଉନ ବୃଦ୍ଧି ଗୁଜବକୁ ବିଶ୍ୱାସ କରନ୍ତୁ ନାହିଁ : ଏସଆରସି

ଭୁବନେଶ୍ୱର : ସଟଡାଉନ ବୃଦ୍ଧି ଗୁଜବ ନେଇ ଏସଆରସି ପ୍ରଦୀପ ଜେନା ଆଜି ଏକ ଟ୍ୱିଟ କରିଛନ୍ତି। ଶନିବାର ଓ ରବିବାର ଛଡ଼ା ଅନ୍ୟ ଦିନରେ ସଟଡାଉନ ହେବ ନାହିଁ। ଅନ୍ୟ ଦିନରେ ସଟଡାଉନ ବୃଦ୍ଧି ଗୁଜବକୁ ବିଶ୍ୱାସ କରନ୍ତୁ ନାହିଁ ବୋଲି ସେ କହିଛନ୍ତି। ଗୁଜବକୁ ବିଶ୍ୱାସ କରି ଆତଙ୍କିତ ନ ହେବାକୁ ଅନୁରୋଧ ମଧ୍ୟ ସେ କରିଛନ୍ତି। ସୂଚନାଯୋଗ୍ୟ, ଜୁନ ମାସ ଗୁରୁତ୍ୱପୂର୍ଣ୍ଣ ହୋଇଥିବାରୁ ୩୦ ତାରିଖ ଯାଏ ପ୍ରତି ସପ୍ତାହର ଶନିବାର ଓ ରବିବାର ସଟଡାଉନ ରଖିବାକୁ ରାଜ୍ୟ ସରକାର ନିର୍ଦ୍ଦେଶ ଦେଇଥିଲେ।