ଭୁବନେଶ୍ୱରରେ ଖୋଲିବ ସପିଂ ମଲ

ଭୁବନେଶ୍ୱର,ଏନ୍ଏନ୍ଏସ୍: ଭୁବନେଶ୍ୱରରେ ଖୋଲିବ ସପିଂ ମଲ୍। କରୋନା କଟକଣା ପରେ ମାର୍ଚ୍ଚ ମାସରୁ ବନ୍ଦ ରହିଥିଲା ଭୁବନେଶ୍ୱରର ସବୁ ମଲ୍। ଏହି ପରିପ୍ରେକ୍ଷୀରେ ମଲ ଗୁଡ଼ିକ ବହୁତ କ୍ଷତି ସହିଛନ୍ତି। ଏହାକୁ ଦୃଷ୍ଟିରେ ରଖି ବିଏମସି ପକ୍ଷରୁ ସପିଂ ମଲ ଖୋଲିବାକୁ ନିଷ୍ପତ୍ତି ହୋଇଛି। ଏହି ପରିପ୍ରେକ୍ଷୀରେ ବିଏମସି ପକ୍ଷରୁ ଏସଓପି ଜାରି ହୋଇଛି।

ଏଥିରେ ମଲ୍ ପରିସରରେ ଥିବା ଫୁଡ୍ କୋର୍ଟ ଖୋଲିବ ନାହିଁ। ସେହିପରି ମଲ୍ ଭିତରେ ଗେମିଂ ଜୋନ୍, ପିଲାଙ୍କ ଖେଳିବା ସ୍ଥାନ ବନ୍ଦ ରହିବ। ଅଧିକ ଲୋକଙ୍କ ସମାଗମକୁ ବାରଣ କରାଯିବ। ମଲ ଭିତରେ ସାମାଜିକ ଦୂରତା କଟକଣା କଡା ହେବ। ମାସ୍କ ପିନ୍ଧିବା ନେଇ ମଲ କର୍ତ୍ତୃପକ୍ଷ ନିଶ୍ଚିତ କରିବେ ବୋଲି ନିର୍ଦ୍ଦେଶ ଦିଆଯାଇଛି।