ଗଞ୍ଜାମ ଜିଲ୍ଲା ଛତ୍ରପୁର ଅଞ୍ଚଳରେ ପୁଣି ଗୁଳିକାଣ୍ଡ

ଗଞ୍ଜାମ,ଏନ୍ଏନ୍ଏସ୍: ଗୁଳି ମାଡ଼ରେ ଜଣେ ବ୍ୟବସାୟୀ ଆହତ ହୋଇ୍ଥିବା ଜଣାଯାଇଛି। ସୂଚନା ଅନୁସାରେ ଗଞ୍ଜାମ ଜିଲ୍ଲା ଛତ୍ରପୁର ଥାନା ନିକଟ ସିଂଗିପୁର ଗ୍ରାମର ଜଣେ ବ୍ୟବସାୟୀ ଦୋକାନରେ ବସିଥିବା ବେଳେ କେତେଜଣ ଦୁର୍ବୃତ୍ତ ଆସି ତାଙ୍କ ଉପରକୁ ଗୁଳିମାଡ଼ କରି ସେଠାରୁ ଫୋରାର ହୋଇଯାଇଥିଲେ।

ସେଠାରୁ ଗୁରୁତର ଅବସ୍ଥାରେ ପ୍ରଥମେ ତାଙ୍କୁ ଛତ୍ରପୁର ଡାକ୍ତରଖାନାରେ ଭର୍ତି କରାଯାଇଥିଲା । ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ବ୍ରହ୍ମପୁର ଏମକେସିଜି ମେଡିକାଲରେ ଭର୍ତି କରାଯାଇଛି । ଗୁଳିକାଣ୍ଡ ଖବର ପାଇ ଛତ୍ରପୁର ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି। ତେବେ ଗୁଳିକାଣ୍ଡର ପ୍ରକୃତ କାରଣ ଅସ୍ପଷ୍ଟ ରହିଛି।