ନୂଆଦିଲ୍ଲୀ,ଏଜେନ୍ସି: ରାଜଧାନୀ ଦିଲ୍ଲୀର ରୋହିଣୀ ଅଞ୍ଚଳରେ ଗତ ଶୁକ୍ରବାର ରାତି ପ୍ରାୟ ୯.୩୦ ପାଖାପାଖି ସମୟରେ ଜଣେ ଯୁବକ ମହିଳା ସବ-ଇସ୍ପେକ୍ଟର ପ୍ରୀତି ଅହଲାଓ୍ଵତଙ୍କୁ ଗୁଳି କରି ହତ୍ୟା କରାଯାଇଛି। ସୂଚନା ମୁତାବକ ପ୍ରୀତି ପୂର୍ବ ଦିଲ୍ଲୀର ପଟପଡଗଞ୍ଜ ଇଣ୍ଡଷ୍ଟ୍ରିଆଲ ଅଞ୍ଚଳରେ କାର୍ୟ୍ୟରତ ଥିଲେ। ରାତିରେ ସେ ଡ୍ୟୁଟି ସାରିବା ପରେ ମେଟ୍ରୋରୁ ପୂର୍ବ ରୋହିଣୀ ମେଟ୍ରୋ ଷ୍ଟେସନ ପହଞ୍ଚିବା ପରେ ଚାଲିଚାଲି ନିଜ ଘରକୁ ଯିବା ସମୟରେ ହଠାତ ଜଣେ ଯୁବକ ପଛରୁ ଆସି ଅତି ପାଖରୁ ପ୍ରୀତିଙ୍କ ଉପରେ ୩ ରାଉଣ୍ଡ ଗୁଳି ଚଳାଇଥିଲା। ଏହି ସମୟରେ ପ୍ରୀତିଙ୍କୁ ୨ଟି ଗୁଳି ଲାଗିଥିଲା ବେଳେ ଅନ୍ୟ ଏକ ଗୁଳିଟି ପ୍ରତିଙ୍କ ପାଖରେ ଯାଉଥିବା କାର୍ ର ପଛ କାଚରେ ଲାଗିଥିଲା। ଗୋଟିଏ ଗୁଳି ପ୍ରୀତିଙ୍କ ମୁଣ୍ଡରେ ଲାଗିବା ପରେ ହିଁ ସେଠାରେ ପ୍ରୀତିଙ୍କର ମୃତ୍ୟୁ ହୋଇଯାଇଥିଲା।
କେହି ଜଣେ ବ୍ୟକ୍ତି ପୁଲିସକୁ ଫୋନ କରି ସମସ୍ତ ସୂଚନା ଦେବା ପରେ ପୁଲିସ ସେଠାରେ ପହଞ୍ଚି ତଦନ୍ତ କରିବା ପରେ ଉକ୍ତ ମହିଳା ଜଣଙ୍କ ଜଣେ ସବ-ଇନସ୍ପେକ୍ଟର। ଏହାପରେ ଫରେନସିକ୍ ଟିମ୍ ଡକାଯାଇ ସେଠାରେ ତଦନ୍ତ କରାଯାଇଥିଲା। ସିସିଟିଭି ଫୁଟେଜ୍ ରୁ ଜଣାପଡିଛି ପ୍ରୀତିଙ୍କୁ ହତ୍ୟା କରିଥିବା ଅଭିଯୁକ୍ତ ଜଣକ ଏକୁଟିଆ ଚାଲି ଚାଲି ପ୍ରୀତିଙ୍କୁ ପିଛା କରୁଥିଲା।