ପେଟ୍ରୋଲ ପମ୍ପ ମାଲିକଙ୍କୁ ଗୁଳିମାଡ଼, ଦୁର୍ବୃତ୍ତ ଫେରାର

ପିପିଲି,ଏନ୍ଏନ୍ଏସ୍: ସୋମବାର ପିପିଲି ଠାରେ ଜଣେ ପେଟ୍ରାଲ ପମ୍ପ ମାଲିକଙ୍କୁ କେତେକ ଦୁବୃତ୍ତ ଗୁଳିମାଡ଼ କରି ଫେରାର ହୋଇଯାଇଥିବା ଜଣାପଡ଼ିଛି। ସୂଚନା ମୁତାବକ ସାକ୍ଷୀଗୋପାଳ-ଅଳଗୁମ ରାସ୍ତାର ସୋମେସ୍ୱରପୁର ଛକରେ ୩ଜଣ ଦୁର୍ବୃତ୍ତ ବାଇକରେ ଆସି ଜଣେ ପେଟ୍ରୋଲ ପମ୍ପ ମାଲିକଙ୍କୁ ଗୁଳିମାଡ଼ କରିଛନ୍ତି। ପରେ ସେମାନେ ସେଠାରୁ ଫେରାର ହୋଇଯାଇଛନ୍ତି।

ପେଟ୍ରାଲ ପମ୍ପ ମାଲିକ ହେଉଛନ୍ତି ଶ୍ରୀକାନ୍ତ ରଥ। ଶ୍ରୀକାନ୍ତଙ୍କ ପେଟରେ ଗୁଳି ବାଜିଥିବାବେଳେ ତାଙ୍କୁ ଗୁରୁତର ଅବସ୍ଥାରେ ଭୁବନେଶ୍ୱର ଏମ୍ସରେ ଭର୍ତ୍ତି କରାଯାଇଛି। ତେବେ ପୁଲିସ ଘଟଣାସ୍ଥଳକୁ ଯାଇ ତଦନ୍ତ ଆରମ୍ଭ କରିଥିବା ବେଳେ କେଉଁ କାରଣରୁ ଗୁଳିକାଣ୍ଡ ହୋଇଛି ତାହା ସ୍ପଷ୍ଟ ହୋଇନାହିିଁ।