ରଙ୍ଗ ପରିବର୍ତ୍ତନ ହେଉଥିବା ଶିବଲିଙ୍ଗ

ଆମ ଦେଶରେ ଅନେକ ଚମତ୍କାରୀ ମନ୍ଦିର ରହିଛି। ତନ୍ମଧ୍ୟରୁ ରାଜସ୍ଥାନର ଧୌଲପୁରରେ ସ୍ଥିତ ଅଚଳେଶ୍ୱର ଶିବ ମନ୍ଦିର ଅନ୍ୟତମ। ସେଠାରେ ସ୍ଥାପିତ ଶିବଲିଙ୍ଗ ଦିନରେ ତିନିଥର ରଙ୍ଗ ବଦଳେଇଥାନ୍ତି। ଏହି ଶିବଲିଙ୍ଗ ଧରା ପୃଷ୍ଠରୁ ଆସିଥିବା ହେତୁ ତାଙ୍କର ଗଭୀରତା ଆଜି ପର୍ଯ୍ୟନ୍ତ କେହି ଜାଣିପାରି ନାହାନ୍ତି। ଅନେକ ବର୍ଷ ପୂର୍ବରୁ ତାଙ୍କ ଗଭୀରତା ବିଷୟରେ ଜାଣିବା ପାଇଁ ଖୋଦନ କରାଯାଇଥିଲେ ମଧ୍ୟ ଲୋକମାନେ ଅସଫଳ ହୋଇଥିଲେ। ସେବେଠାରୁ ଲୋକମାନଙ୍କର ତାଙ୍କ ପ୍ରତି ଆସ୍ଥା ଆହୁରି ବୃଦ୍ଧି ପାଇଥିଲା। ସକାଳ ସମୟରେ ଲାଲ୍ ରଙ୍ଗ, ଦ୍ୱିପ୍ରହରରେ କେଶରିଆ ରଙ୍ଗ ଓ ରାତି ହେବା ବେଳକୁ ଶ୍ୟାମଳ ରଙ୍ଗରେ ପରିବର୍ତ୍ତନ ହୋଇଯାଆନ୍ତି। ଏହି ଶିବଲିଙ୍ଗଙ୍କୁ ଦର୍ଶନ କରିଲେ ସମସ୍ତ ମନସ୍କାମନା ପୂର୍ଣ୍ଣ ହୋଇଥାଏ ବୋଲି ମାନ୍ୟତା ରହିଛି।