ମହାରାଷ୍ଟ୍ର: ଶିବସେନା ଉପରେ ଅଧିକାରକୁ ନେଇ ଏକନାଥ ସିନ୍ଦେ ଓ ଉଦ୍ଧବ ଠାକରେ ମଧ୍ୟରେ ଜାରି ରହିଥିବା ସଂଘର୍ଷର ଅନ୍ତ ଘଟିଛି । ନିର୍ବାଚନ ଆୟୋଗ ଏକନାଥ ସିନ୍ଦେଙ୍କ ସପକ୍ଷରେ ବଡ଼ ଫଇସଲା ଶୁଣାଇଛନ୍ତି । ଫଳରେ ଏକନାଥ ସିନ୍ଦେଙ୍କ ଦଳ ପାଖରେ ପାର୍ଟିର ନାମ ‘ଶିବସେନା’ ଏବଂ ‘ଧନୁ ଓ ତୀର’ ଚିହ୍ନ ରହିବ ବୋଲି ନିର୍ବାଚନ ଆୟୋଗ ଘୋଷଣା କରିଛନ୍ତି । ନିର୍ବାଚନ ଆୟୋଗଙ୍କ ଏହି ଫଇସଲା ଦ୍ୱାରା ଉଦ୍ଧବ ଠାକରେଙ୍କ ଦଳକୁ ଶକ୍ତ ଆଘାତ ଲାଗିଥିବାବେଳେ ଏକନାଥ ସିନ୍ଦେଙ୍କ ଦଳକୁ ବଡ଼ ବିଜୟ ମିଳିଛି ।
ନିର୍ବାଚନ ଆୟୋଗର ଫଇସଲା ପରେ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେ କହିଛନ୍ତି ଯେ, ଏହା ବାଲାସାହେବ ଠାକରେଙ୍କ ବିଚାରର ବିଜୟ ହୋଇଛି ।