ଭୁବନେଶ୍ୱର, ଏନ୍ଏନ୍ଏସ୍: ବିଶିଷ୍ଟ ଚିତ୍ରଶିଳ୍ପୀ ଶିବ ପାଣିଗ୍ରାହୀଙ୍କ ଆଜି ପରଲୋକ ହୋଇଯାଇଛି। ମୃତ୍ୟୁ ବେଳକୁ ତାଙ୍କୁ ୭୮ ବର୍ଷ ହୋଇଥିଲା। ଏନେଇ ତାଙ୍କ ପୁଅ ଟ୍ୱିଟ କରି ସୂଚନା ଦେଇଛନ୍ତି। ସ୍ୱର୍ଗତଃ ପାଣିଗ୍ରାହୀ ଆଜି ଅପରାହ୍ଣରେ କଟକ ସିଡିଏ ସେକ୍ଟର-୬ ସ୍ଥିତ ଘରେ ଖାଉଥିଲେ। ହଠାତ୍ ଅସୁସ୍ଥ ହୋଇ ପଡ଼ିବାରୁ ତାଙ୍କୁ ସଙ୍ଗେସଙ୍ଗେ ବଡମେଡିକାଲ ନିଆଯାଇଥିଲା। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ହୃଦଘାତରେ ତାଙ୍କର ମୃତ୍ୟୁ ଘଟିଥିବା ଜଣାପଡ଼ିଛି। ପ୍ରକାଶ ଯେ, ଗତ ଜୁନ ୨ ତାରିଖରେ ଶିବ ପାଣିଗ୍ରାହୀଙ୍କ ପତ୍ନୀଙ୍କ ପରଲୋକ ଘଟିଥିଲା। ପତ୍ନୀଙ୍କ ବିୟୋଗରେ ସେ ଭାଙ୍ଗିପଡିଥିଲେ।