ଫଟୋଗ୍ରାଫରଙ୍କ ଉପରେ ବିରକ୍ତ ହେଲେ ଶିଳ୍ପା

ନୂଆଦିଲ୍ଲୀ: ମାସ୍କ ପିନ୍ଧି ନଥିବା କେତେ ଜଣ ଫଟୋଗ୍ରାଫରଙ୍କ ଉପରେ ବିରକ୍ତି ପ୍ରକାଶ କରିଛନ୍ତି ବଲିଉଡ୍ ଆକ୍ଟ୍ରେସ ଶିଳ୍ପା ସେଟ୍ଟୀ। ନିକଟରେ ଶିଳ୍ପାଙ୍କର ଏକ ଭିଡିଓ ଇଣ୍ଟରନେଟରେ ଖୁବ୍ ଭାଇରାଲ ହେଉଛି। ଏହି ଭିଡିଓରେ ଶିଳ୍ପା ବିନା ମାସ୍କରେ ବୁଲୁଥିବା ଫଟୋଗ୍ରାଫରଙ୍କ ଉପରେ ବିରକ୍ତ ହେଉଥିବା ଦୃଶ୍ୟ ରହିଛି। କଥା ହେଉଛି କିଛି ଫଟୋଗ୍ରାଫର ଶିଳ୍ପାଙ୍କର ଫଟୋ ନେଉଥିଲେ। ମାତ୍ର ଶିଳ୍ପା ଯେତେବେଳେ ଦେଖିଲେ ଯେ ସେମାନଙ୍କ ମଧ୍ୟରୁ କେତେ ଜଣ ମାସ୍କ ପିନ୍ଧିନାହାନ୍ତି, ସେ ରାଗିଯାଇଥିଲେ। ‘ସାମାଜିକ ଦୂରତା ରକ୍ଷା କର’, ‘ତୁମେମାନେ ମାସ୍କ କାହିଁକି ପିନ୍ଧିନାହଁ?’ ବୋଲି ଶିଳ୍ପା ପଚାରୁଥିବା ଏହି ଭିଡିଓରେ ରହିଛି। ଶିଳ୍ପାଙ୍କ ଏହି ଭିଡିଓକୁ ବୁମ୍ପ୍ଲାର ଇନଷ୍ଟାଗ୍ରାମ ଏକାଉଣ୍ଟରେ ସେୟାର କରାଯାଇଛି।