ସର୍ଲିନ ଚୋପ୍ରାଙ୍କ ବିରୋଧରେ ୫୦ କୋଟି ଟଙ୍କାର ମାନହାନି ମୋକଦ୍ଦମା କରିବେ ଶିଳ୍ପା ଓ ରାଜ

ମୁମ୍ବାଇ: ଅଭିନେତ୍ରୀ ଶିଳ୍ପା ସେଟ୍ଟୀ ଓ ତାଙ୍କ ସ୍ୱାମୀ ରାଜ କୁନ୍ଦ୍ରା ଅଭିନେତ୍ରୀ ସର୍ଲିନ ଚୋପ୍ରାଙ୍କ ବିରୋଧରେ ୫୦ କୋଟି ଟଙ୍କାର ମାନହାନି ମୋକଦ୍ଦମା ଦାୟର କରିବାକୁ ନିଷ୍ପତ୍ତି ନେଇଛନ୍ତି। ରାଜ ଓ ଶିଳ୍ପାଙ୍କ ଓକିଲ ପ୍ରଶାନ୍ତ ପାଟିଲ ସର୍ଲିନଙ୍କୁ ନୋଟିସ ପଠାଇ ସପ୍ତାହକ ମଧ୍ୟରେ କ୍ଷମା ମାଗିବାକୁ କହିଛନ୍ତି। ଆଉ ସର୍ଲିନ ଯଦି କ୍ଷମା ନ ମାଗନ୍ତି ତେବେ ୫୦ କୋଟି ଟଙ୍କାର ମାନହାନି ଓ ଅପରାଧିକ ମାମଲା ରାଜ ଓ ଶିଳ୍ପାଙ୍କ ଦ୍ୱାରା ଦାୟର କରାଯିବ।

ସୂଚନାଯୋଗ୍ୟ, ବ୍ୟବସାୟୀ ରାଜ କୁନ୍ଦ୍ରାଙ୍କ ବିରୋଧରେ ସର୍ଲିନ ଯୌନ ଶୋଷଣ  ଓ ଧୋକବାଜିର ଆରୋପ ଲଗାଇ ଗଣମାଧ୍ୟମକୁ ଇଣ୍ଟରଭ୍ୟୁ ଦେଇଥିଲେ।