ପ୍ରେମ ନୁହେଁ, ପ୍ରତିଶୋଧ ପାଇଁ ନଣନ୍ଦର ତଣ୍ଟି କାଟିଥିଲା ଭାଉଜ

ବାଲୁଗାଁ,ଏନ୍ଏନ୍ଏସ୍: ବାଲୁଗାଁ ଥାନା ଅଧୀନସ୍ଥ ଗଙ୍ଗାନଗର ଗ୍ରାମର ଜଣେ କଲେଜ ଛାତ୍ରୀକୁ ଶନିବାର ରାତ୍ର ପ୍ରାୟ ୮ଟା ସମୟରେ ଗଳାକାଟି ହତ୍ୟା କରାଯାଇଥିଲା। ଏକତରଫା ପ୍ରେମରେ ବିଫଳ ହୋଇ ଜଣେ ଯୁବକ ସମ୍ପୃକ୍ତ ଛାତ୍ରୀଙ୍କୁ ହତ୍ୟା କରିଛି ଅଭିଯୋଗ ହୋଇଥିଲା। ଏହି ଘଟଣାରେ ସଂପୃକ୍ତ ଥିବା ସନ୍ଦେହକରି ଭାଉଜ କାବେରୀ ଓ ସେହି ଗ୍ରାମର ବିଭୂ ବେହେରାକୁ ପୋଲିସ୍ ଅଟକ ରଖି ପଚରାଉଚରା ଜାରି ରଖିଥିଲା। ଆଉ ଶେଷରେ ନଣନ୍ଦ ହତ୍ୟା କରିଛି ବୋଲି ଖୋଦ୍ ଭାଉଜ ପୁଲିସ ଆଗରେ ସ୍ୱିକାର କରିଛି।

ପ୍ରକାଶଯୋଗ୍ୟ, କଲେଜ ଛାତ୍ରୀ ଶିବାନୀର ହତ୍ୟା ପରେ ଶିବାନୀର ମାଆ ସେହି ଗ୍ରାମର ଯୁବକ ବିଭୂ ବେହେରା ଏଭଳି କାଣ୍ଡ ଭିଆଇଥିବା ପୋଲିସ୍ ଓ ଗଣମାଧ୍ୟମରେ ପ୍ରକାଶ କରିଥିବାବେଳେ ଶିବାନୀର ମାଆର ବୟାନ ଅନୁଯାୟୀ ଶନିବାର ରାତ୍ରିଠାରୁ ଯୁବକ ବିଭୂ ଓ ଶିବାନୀର ଭାଉଜ କାବେରୀକୁ ଥାନାରେ ଅଟକ ରଖି ପଚରାଉଚରା ଜାରି ରଖିଥିଲା। ରବିବାର ଅନୁସନ୍ଧାନୀ କୁକୁର ଓ ସାଇଣ୍ଟିଫିକ୍ ଟିମ୍ ସରଜମିନ୍ ତଦନ୍ତ କରିଥିଲେ। ଏହି ତଦନ୍ତର ସୁରାଗ ପାଇଁ ପୋଲିସ୍ ରକ୍ତଭିଜା ଲୁଗା, ଛୁରୀ ଓ ଆଙ୍ଗୁଳି ଛାପକୁ ଭିତ୍ତି କରି ଭାଉଜ କାବେରୀକୁ ଜେରା କରିବା ପରେ ଭାଉଜ ସବୁକଥା ମାନିଯାଇ ନିଜେ ଶିବାନୀକୁ ମାରିଦେଇଥିଲା ବୋଲି ପ୍ରକାଶ କରିଥିଲା।

ପ୍ରକାଶଯେ, ଶିବାନୀର ଭାଇ ଦିଲ୍ଲୀପ ବେହେରାଙ୍କ ସହିତ କୁହୁଡ଼ି ଥାନା ଅଧିନସ୍ଥ ହାଟସାହି ଗ୍ରାମର ବୈକୁଣ୍ଠ ବେହେରାଙ୍କ ଝିଅ କାବେରୀକୁ ୬ ମାସ ତଳେ ପ୍ରେମ ବିବାହ କରିଥିଲେ। ହେଲେ ବିନା ଯୌତୁକରେ ବିବାହ କାର୍ଯ୍ୟ ହୋଇଥିବା ହେତୁ ନଣନ୍ଦ ଓ ଭାଉଜ ମଧ୍ୟରେ କଳହ ଲାଗି ରହିଆସୁଥିଲା। ଏପରି ସ୍ଥଳେ ୨୦ ଦିନ ପୂର୍ବରୁ ଭାଉଜ କାବେରୀ ଶିବାନୀକୁ ଜୀବନରେ ମାରି ଦେବା ପାଇଁ ନିଷ୍ପତ୍ତି ନେଇଥିଲା।

ହେଲେ ଶନିବାର ଭାଉଜ କାବେରୀ ରୁଟି ବେଲୁ ଥିବା ସମୟରେ ନଣନ୍ଦ ଶିବାନୀ ଟିଭି ଦେଖୁଥିଲା। ଭାଉଜ ଯେତେବେଳେ ଟିଭି ଦେଖିବା ପାଇଁ ଆସିଥିଲା, ସେତେବେଳେ ନଣନ୍ଦ ଉାଉଜକୁ ବିଭିନ୍ନ ଭାଷାରେ ଗାଳି ଦେବା ସହ ଟିଭି ଦେଖିବା ପାଇଁ ମନା କରିକରିଥିଲା। ଏଥିରେ ଉତକ୍ଷିପ୍ତ ହୋଇ ପୂର୍ବ ପ୍ରସ୍ତୁତି ଅନୁଯାୟୀ ଭାଉଜ କାବେରୀ ଏକ ଛୁରୀ ସାହାଯ୍ୟରେ ନଣନ୍ଦର ଗଳାକୁ କାଟି ଦେଇଥିଲା। କେହି ଜଣେ ଘରେ ପଶି ମାରିଦେଇଛି ବୋଲି କହିବା ପରେ ଏହି ଘଟଣାଟି ପ୍ରଘଟ ହୋଇଥିଲା।

ରବିବାର ପୂର୍ବାହ୍ନରେ ପୋଲିସ୍ ଏସପି ଅଜୟ ପ୍ରତାପ ସ୍ୱାଇଁ, ଏସଡିପିଓ ସୁନୀଲ କୁମାର ମହାନ୍ତି, ଭାରପ୍ରାପ୍ତ ଥାନା ଅଧିକାରୀ ଉମାକାନ୍ତ ମହାଲିକ୍, ଡଗସ୍କ୍ୱାର୍ଡ ଓ ସାଇଣ୍ଟିଫିକ୍ ଟିମ୍ ଏହି ଘଟଣାର ପର୍ଦ୍ଦାଫାସ୍ କରି ଭାଉଜ କାବେରୀ ବେହେରାକୁ କେଶ୍ ନଂ ୧୬୦/୧୯, ଦଫା ୩୦୨ ରୁଜୁ କରି କାବେରୀ ବେହେରାକୁ କୋର୍ଟ ଚାଲାଣ କରାଯାଇଛି।