ଏସଏଚଜି ଗ୍ରୁପ ପକ୍ଷରୁ ସ୍ୱଚ୍ଛ ଗ୍ରାମ ଓ ଗ୍ରାମ୍ୟ ଏକତା କାର୍ଯ୍ୟକ୍ରମ

ଝାରସୁଗୁଡ଼ା,ଏନ୍ଏନ୍ଏସ୍: ଦୁର୍ଲଗା ଗ୍ରାମରେ ଆଜି ବିଭିନ୍ନ ସ୍ୱୟଂ ସହାୟିକା ଗୋଷ୍ଠୀ ପକ୍ଷରୁ ସ୍ୱଚ୍ଛ ଗ୍ରାମ ଏବଂ ଗ୍ରାମ୍ୟ ଏକତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି। ଏହି ଅବସରରେ ଗ୍ରାମର ଏସଏଚଜି ଗ୍ରୁପର ମହିଳାମାନେ ପ୍ରଥମେ ଗ୍ରାମ ପରିସରକୁ ସଫାସୁତୁରା କରିବାସହ ଗ୍ରାମର ସମସ୍ତେ ଏକ ହୋଇ କିପରି ସମାଜ ତଥା ରଜ୍ୟ ଓ ଦେଶର ବିକାଶ ଦିଗରେ ଯୋଗଦାନ କରି ପାରିବେ ସେନେଇ ଆଲୋଚନା କରିଛନ୍ତି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟାନାୟକଙ୍କ ମହିଳା ଶଶକ୍ତିକରଣ ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଆତ୍ମନିର୍ଭର ଭାରତର ଡାକରାରେ ଅନୁପ୍ରାଣିତ ହୋଇ ଏସଏଚଜି ଗ୍ରୁପ ପକ୍ଷରୁ ଏହି କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିବା ମହିଳାମାନେ କହିଛନ୍ତି। ଏହି କାର୍ଯ୍ୟକ୍ରମ ଦ୍ୱାରା ଗ୍ରାମ ପରିସର ସଫାସୁତୁରା ରହିବା ସହ ପ୍ରତ୍ୟେକ ଗ୍ରାମବାସୀ ଗ୍ରାମ୍ୟ ଏକତା, ସେବା, ସହଯୋଗ ଓ ସଂସ୍କାରର ଭାବନା ସୂତ୍ରରେ ବାନ୍ଧି ହୋଇ ରହିବେ ବୋଲି ସେମାନେ କହିଛନ୍ତି। ଏହି ଅବସରରେ ସ୍ୱର୍ଣ୍ଣଲତା ନାଏକ, ନିଳୀମା ବେଶନ ପ୍ରମୁଖଙ୍କସହ ସାଥୀ, ତାରିଣୀ, ନାରାୟଣୀ, ସରସ୍ୱତୀ, ମା ଦୁର୍ଗା ଓ ଜୟ ଜଗନ୍ନାଥ ସ୍ୱୟଂ ସହାୟିକା ଗୋଷ୍ଠୀର ସଦସ୍ୟାମାନେ ଉପସ୍ଥିତ ଥିଲେ।