୩୭ଟି ମେଣ୍ଢା ଚୋରି ଅଭିଯୋଗ

କଟକ,ଏନ୍ଏନ୍ଏସ୍: କଟକ ବାଙ୍କୀ ଅନ୍ତର୍ଗତ ଗୋପାଳପୁରର ଏକ ଗାଁ’ରୁ ଶନିବାର ବିଳମ୍ବିତ ରାତିରେ ପାଖାପାଖି ୩୭ଟି ମେଣ୍ଢା ଚୋରି ହୋଇଥିବା ଅଭିଯୋଗ ହୋଇଛି। ନିକଟରେ ନିଆଳୀରେ ମେଣ୍ଢା ମଡ଼କ ପରେ ମେଣ୍ଢା ଚୋରିକୁ ନେଇ ଗାଁ’ରେ ଆତଙ୍କ ଖେଳିଯାଇଛି। ଘଟଣା ବିଷୟରେ ସ୍ଥାନୀୟଲୋକଙ୍କ ନିକଟରେ କୌଣସି ଖବର ନଥିବା ଜଣାପଡ଼ିଛି।

ଏତେ ସଂଖ୍ୟକ ମେଣ୍ଢା ଚୋରି ହେବାରୁ ମେଣ୍ଢା ପାଳିଥିବା ଚାଷୀଙ୍କ ମଧ୍ୟରେ ଅସନ୍ତୋଷ ସୃଷ୍ଟି ହେବା ସହ ସେମାନେ କ୍ଷତିପୂରଣ ଦାବି କରିଥିବା ସୂଚନା ମିଳିଛି। ଏନେଇ ଗ୍ରାମବାସୀ ବାଙ୍କୀ ଥାନାରେ ଲିଖିତ ଅଭିଯୋଗ କରିବା ପରେ ପୁଲିସ ତଦନ୍ତ ଆରମ୍ଭ କରିଛି।