ଭୁବନେଶ୍ଵର,ଏନ୍ଏନ୍ଏସ୍: କୋରୋନା ମୁକାବିଲା ପାଇଁ ସାରା ଦେଶରେ ଲକଡାଉନ କଟକଣା ଲାଗୁ କରାଯାଇଛି। ଏହି ଲକଡାଉନ ସମୟରେ ସମସ୍ଥ ଚାଷୀମାନେ ନିଜନିଜର ଶଶ୍ୟ ବିକ୍ରି କରିବାରେ ସମସ୍ୟା ଉପୁଜୁଥିବା ଦେଖିବାକୁ ମିଳିଛି। ତେବେ ଚାଷୀଙ୍କ ସମସ୍ୟାକୁ ଦୃଷ୍ଟିରେ ରଖି ସରକାର ଲକଡାଉନରୁ ଶସ୍ୟ ମଣ୍ଡିକୁ ବାଦ୍ ଦେଇଥିବା ଜଣାପଡ଼ିଛି।
ଏଣିକି ଦେଶର ସମସ୍ତ ସସ୍ୟ ମଣ୍ଡି, ସାର ଓ କୀଟନାଶକ ଦୋକାନ ଖୋଲା ରହିବ। କୃଷିଜାତ ସାମଗ୍ରୀ ଓ ଯନ୍ତ୍ରପାତି ପ୍ରସ୍ତୁତ କରୁଥିବା ୟୁନିଟ୍ ମଧ୍ୟ ଚାଲୁ ରହିବ। ଚାଷୀମାନେ ବିନା କୌଣସି ଦ୍ଵିଧାରେ ଚାଷ ଜମିକୁ ଯାଇ ପାରିବେ ବୋଲି ନିଷ୍ପତ୍ତି ହୋଇଛି।