ନୂଆଦିଲ୍ଲୀ: ବରିଷ୍ଠ କଂଗ୍ରେସ ନେତା ଶଶି ଥରୁର ୬ ମହିଳା ସାଂସଦଙ୍କ ସହ ଫଟୋ ପୋଷ୍ଟ କରିବାରୁ ବିବାଦ ସୃଷ୍ଟି ହୋଇଛି। କାରଣ ଏଥିରେ ‘କିଏ କହୁଛି କାମ କରିବା ପାଇଁ ଲୋକସଭା ଏକ ଆକର୍ଷଣୀୟ ସ୍ଥାନ ନୁହେଁ?’ ବୋଲି ଥରୁର କ୍ୟାପ୍ସନ ଦେଇଥିଲେ। ଏନେଇ କିଛି ଲୋକ ତାଙ୍କ ଉପରେ ଲିଙ୍ଗ ଆଧାରରେ ଭେଦଭାବ କରୁଥିବା ଆରୋପ ଲଗାଇଥିଲେ। ସେଥିପାଇଁ ଲୋକଙ୍କ ଭାବନାକୁ ଆଘତ କରିଥିବାରୁ ଥରୁର କ୍ଷମା ମାଗିଛନ୍ତି। ଏଥିସହିତ ମହିଳା ସାଂସଦଙ୍କ କହିବା ଯୋଗୁ ସେ ଫଟୋ ଉଠାଇ ଭଲ ଉଦ୍ଦେଶ୍ୟରେ ପୋଷ୍ଟ କରିଥିଲେ ବୋଲି ମଧ୍ୟ ସଫେଇ ଦେଇଛନ୍ତି।
ସୂଚନାଯୋଗ୍ୟ, ଉକ୍ତ ଫଟୋରେ ଶଶି ଥରୁରଙ୍କ ସହ ସୁପ୍ରିୟା ସୁଲେ, ପରନୀତ କୌର, ମିମି ଚକ୍ରବର୍ତ୍ତୀ, ନୁସରତ ଜହାଁ ରୁହି ଓ ଜ୍ୟୋତିମଣୀ ରହିଛନ୍ତି। ।