କଶ୍ମିରୀ ଝିଅକୁ ବାହା ହେଲେ ସରଫରାଜ

ନୂଆଦିଲ୍ଲୀ: ଭାରତୀୟ ଘରୋଇ କ୍ରିକେଟରେ ଗତ ୨ ବର୍ଷ ହେବ ଚର୍ଚ୍ଚାରେ ଥିବା ସରଫରାଜ ଖାନ୍ ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି । ସରଫରାଜ କଶ୍ମୀରର ସୋଫିୟାର ପଶପୋରା ଗାଁର ରୋମାନା ଜହୁରକୁ ବିବାହ କରିଛନ୍ତି । ଫଟୋ ସେୟାର କରି ସରଫରାଜ ବିବାହ ସମ୍ବନ୍ଧରେ ସୂଚନା ଦେଇଛନ୍ତି ।

ସୂଚନାଯୋଗ୍ୟ, ସରଫରାଜ ଖାନ୍ ଓ ରୋମାନା ଜହୁର ପରସ୍ପରକୁ ଦିଲ୍ଲୀରେ ଭେଟିଥିଲେ । ପ୍ରଥମ ଭେଟରେ ଦୁହେଁ ଦୁହିଁଙ୍କ ପ୍ରେମରେ ପଡ଼ିବା ପରେ ବିବାହ କରିବାକୁ ନିଷ୍ପତ୍ତି ନେଇଥିଲେ । ପରେ ସରଫରାଜଙ୍କ ପରିବାର ପକ୍ଷରୁ ରୋମାନାଙ୍କ ଘରକୁ ବିବାହ ପ୍ରସ୍ତାବ ପଠାଯାଇଥିଲା । ରୋମାନା ଦିଲ୍ଲୀରେ ଏମଏସସି ପଢ଼ୁଛନ୍ତି । ରୋମାନା ଯେଉଁ କଲେଜରେ ପଢ଼ୁଛନ୍ତି ସରଫରାଜଙ୍କ ଭଉଣୀ ମଧ୍ୟ ସେହି କଲେଜରେ ପଢ଼ୁଛନ୍ତି । ଭଉଣୀଙ୍କ ଯୋଗୁ ହିଁ ଦୁହିଁଙ୍କ ସାକ୍ଷାତ ହୋଇଥିଲା ।