ରାୟଗଡାରେ ସେକ୍ସ ରାକେଟ ଠାବ, ଦଲାଲ ସହ ଗରାଖ ଗିରଫ

ରାୟଗଡା, ଏନଏନ୍ଏସ୍: ରାୟଗଡ଼ା ଜେ.କେ ରୋଡ୍ ଏଫସିଆଇ ଛକ ହୋଣ୍ଡା ସୋ ରୁମ ନିକଟରେ ଏକ ଭଡ଼ା ଘରେ ରାୟଗଡ଼ା ପୋଲିସ ଚଢଉ କରି ସେକ୍ସ ରାକେଟ୍ କୁ ଠାବ କରିଛି। ଏହି ଚଢ଼ାଉ ବେଳେ ପୁଲିସ ଦୁଇ ଯୁବତୀଙ୍କୁ ଉଦ୍ଧାର କରିବା ସହ ଜଣେ କିଙ୍ଗପିନ୍ ଓ ୨ ଜଣ ଗରାଖକୁ ପୁଲିସ ଗିରଫ୍ କରିଛି। ଉକ୍ତ ଭଡ଼ା ଘରେ ସେକ୍ସ ରାକେଟ ଚାଲୁଥିବା ଖବର ପାଇ ସଦର ପୋଲିସ ଚଢାଉ କରିଥିଲା।

ଏହି ସମୟରେ ଉକ୍ତ ବନ୍ଦ କୋଠରୀ ମଧ୍ୟରେ ଦୁଇଜଣ ଯୁବତୀଙ୍କ ସହ ଜଣେ ଯୁବକ ଆପତ୍ତିଜନକ ଅବସ୍ଥାରେ ଉଦ୍ଧାର କରିଥିଲା ପୋଲିସ। ଏହି ରାକେଟର ଦଲାଲ ଚନ୍ଦନ କୁମାର ଚୈଧୁରୀ କରଚୁଲି ଗଞ୍ଜାମର ବାସିନ୍ଦା ବୋଲି ଜଣାପଡିଛି । ସେ ପୁର୍ବରୁ ମଧ୍ୟ ଏଭଳି ଏକ ସେକ୍ସ ରାକେଟରେ ଧରାପଡି ଗିରଫ ହୋଇଥିଲା । ଅନ୍ୟ ଦୁଇଜଣ ଗ୍ରାହକ ହେଲେ ବିଜୁ କୁମାର ତାଣ୍ଡି (୨୫) ଏବଂ ସନୁ ମଲ୍ଲିକ (୨୫) । ଏ ଦୁହିଁଙ୍କ ଘର ରାୟଗଡା ଚାନ୍ଦିଲି ଥାନା ଅନ୍ତର୍ଗତ ବାପୁଜିନଗରରେ ।

ତେବେ ଏହି ଅଞ୍ଚଳର ବିଭିନ୍ନ ସ୍ଥାନରେ ଦେହ ବ୍ୟବସାୟ ଚାଲିଥିବା ପୋଲିସ ସନ୍ଦେହ କରୁଥିବା କହିଛନ୍ତି ରାୟଗଡା ଏସଡିପିଓ ତପନ ନାରାୟଣ ରଥ । ଏନେଇ ପୋଲିସ ତଦନ୍ତ ଜାରି ରଖିଛି। ରାୟଗଡା ଟାଉନ୍ ଥାନା ଅଧିକାରୀ ନିହାର ରଂଜନ ପ୍ରଧାନ ଙ୍କ ନେତୃତ୍ବରେ ଏହି ଚଢ଼ଉ ହୋଇଥିବା ବେଳେ ଆଗକୁ ମଧ୍ୟ ଏହା ଜାରି ରହିବ ବୋଲି ଶ୍ରୀ ରଥ କହିଛନ୍ତି ।