ବାସୁଦେପୁରରେ ସେକ୍ସ ରାକେଟ ଠାବ, ୨ଯୁବକ ଓ ଜଣେ ଯୁବତୀ ଅଟକ

ଭଦ୍ରକ,ଏନ୍ଏନ୍ଏସ୍: ଭଦ୍ରକ ଜିଲ୍ଲା ଅନ୍ତର୍ଗତ ବାସୁଦେବପୁର ବେତଡା ବଜାରରେ ପୁଲିସ ଗୁରୁବାର ଏକ ସେକ୍ସ ରାକେଟ ଠାବ କରିଛି। ଏଥିରେ ପୁଲିସ ଜଣେ ଯୁବତୀକୁ ଥାନାରେ ଅଟକ ରଖିଥିବାବେଳେ ଓ ଦୁଇଜଣ ଗ୍ରାହକଙ୍କୁ ଗିରଫ କରିଛି ।

ସୂଚନା ଅନୁଯାୟୀ, ବାସୁଦେବପୁର ବେତଡା ବଜାରରେ ଏକ ଭଡ଼ା ଘରୁ ପୁଲିସ ଗତକାଲି ବିଳମ୍ବିତ ରାତିରେ ସେକ୍ସ ରାକେଟ ଠାବ କରିଛି। ସେଠାରେ କିଛିଦିନ ହେବ ଦେହ ବ୍ୟବସାୟ ଚାଲୁଥିବାର ଅଭିଯୋଗ ହୋଇ ଆସୁଥିଲା। ଗତକାଲି ପୁଲିସ ଉକ୍ତ ଘର ଉପରେ ଚଢାଉ କରିଥିଲା।

ଏହି ଘଟଣା ସହ ସମ୍ପୃକ୍ତ ଥିବା ଜଣେ ଯୁବତୀ ଓ ୨ଜଣ ଗ୍ରାହକଙ୍କୁ ପୁଲିସ ଗିରଫ କରିଥିବାର ସୂଚନା ମିଳିଛି। ଏହି ସମୟରେ କିଛି ଯୁବକ ଏଠାରୁ ଖସିଯାଇଥିବା କୁହାଯାଉଛି। ତେବେ ଏହି ଘଟଣାଟି ବାସୁଦେବପୁର ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି।