ସେକ୍ସ ରାକେଟ ଠାବ: ୨ ଦେହଜୀବୀ-୩ ଯୁବକଙ୍କୁ କାବୁ କଲା ପୁଲିସ

ବଲାଙ୍ଗୀର: ପୁଇଁତଲା ଥାନା ପୁଲିସ ବୁରୋଭାଡ଼ି ଗାଁରେ ସେକ୍ସ ରାକେଟ ଠାବ କରିବା ପରେ ପୁଲିସ ଏବେ ବିଭିନ୍ନ ସ୍ଥାନରେ ଚଢାଉ ଜାରି ରଖିଛି। ମେଡିକାଲ କଲେଜ ନିକଟସ୍ଥ ଏକ ଘରେ ସେକ୍ସ ରାକେଟ ଚାଲିଥିବା ସମୟରେ ଟାଉନ ଥାନା ପୁଲିସ ଗୁରୁବାର ୨ ଜଣ ଦେହଜୀବୀ ଓ ୩ ଜଣ ଯୁବକଙ୍କୁ କାବୁ କରିବାରେ ସଫଳ ହୋଇଛି। ଗିରଫ ୩ ଯୁବକଙ୍କ ମଧ୍ୟରେ ତରଭା ଥାନା ବଡ଼ଜୋର ଗାଁର ଭଗବନ ନାଏକ(୨୨), ପୁଇଁତଲା ଥାନା ସିଲେଟପଡା ଗାଁର ଭୋଜରାଜ କାଲସାଏ(୩୧) ଓ ଅଶୋକ ନାଏକ(୪୪) ରହିଛନ୍ତି। ଦୁଇ ଜଣ ଦେହଜୀବୀଙ୍କ ମଧ୍ୟରୁ ଜଣେ ପାଟଣାଗଡ଼ ଲରମ୍ଭା ଅଂଚଳର ଓ ଆଉ ଜଣେ ସୁବର୍ଣ୍ଣପୁର ଜିଲ୍ଲା ଉଲୁଣ୍ଡା ଅଂଚଳର ବୋଲି ଜଣାଯାଇଛି। ପୁଲିସ ଗ୍ରାହକ ସାଜି ସବୁ ଘଟଣା ଉପରେ ଅବଗତ ହେବା ପରେ ସେକ୍ସ ରାକେଟକୁ ଧରିବାରେ ସଫଳ ହୋଇଛି।