ମୁମ୍ବାଇ,ଏଜେନ୍ସି: ମହାରାଷ୍ଟ୍ର ଭୂଷଣ ପୁରସ୍କାର ବିତରଣରେ ଅଘଟଣ । ଖୋଲାପଡିଆରେ ବିତରଣ ସମ୍ମିଳନୀ ଚାଲିଥିବା ବେଳେ ଅଂଶୁଘାତରେ ୧୧ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ପାଖାପାଖି ୧୨୦ ଜଣ ଆହତ ହୋଇଛନ୍ତି । ଆହତମାନଙ୍କୁ ଉଦ୍ଧାର କରାଯାଇ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ତେବେ ଅଧିକାଂଶ ଲୋକଙ୍କର ସ୍ବାସ୍ଥ୍ୟବସ୍ଥା ଗୁରୁତର ରହିଥିବା ବେଳେ ମୃତ୍ୟୁ ସଂଖ୍ୟା ବୃଦ୍ଧି ହୋଇପାରେ ବୋଲି ଆଶଙ୍କା କରାଯାଉଛି ।
ସୂଚନାଅନୁସାରେ, ଗତକାଲି(ରବିବାର) ମହାରାଷ୍ଟ୍ରରେ ଭୂଷଣ ପୁରସ୍କାର ବିତରଣ ସମାରୋହ ହୋଇଥିଲା । ଏଥିରେ ଲକ୍ଷଲକ୍ଷ ଲୋକେ ଯୋଗଦେଇଥିଲେ । ଏହି କାର୍ଯ୍ୟକ୍ରମରେ ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ, ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେ, ଉପମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନାଭିସ ପ୍ରମୁଖ ସାମିଲ ହୋଇଥିଲେ । ତେବେ ଡହଡହ ଖରାରେ କାର୍ଯ୍ୟକ୍ରମ ଅନୁଷ୍ଠିତ ହେଉଥିବା ବେଳେ ଅନେକ ଲୋକେ ଅଂଶୁଘାତର ଶିକାର ହୋଇଥିଲେ । ଫଳରେ ଅସୁସ୍ଥଙ୍କୁ ଶୀଘ୍ର ଉଦ୍ଧାର କରାଯାଇ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । କିନ୍ତୁ ବର୍ତ୍ତମାନ ସୁଦ୍ଧା ୧୧ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୧୦୦ରୁ ଅଧିକା ଜଣ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି । ଏନେଇ ଏକନାଥ ସିନ୍ଦେ ଟ୍ବିଟକରି ସୂଚନା ଦେଇଛନ୍ତି ।