ଦୁଇ ଦେଶ ମଧରେ ଉର୍ଜା ବନ୍ଧନର ସଂଯୋଗ ସେତୁ ସ୍ଥାପନ – ଧର୍ମେନ୍ଦ୍ର ପ୍ରଧାନ କେନ୍ଦ୍ରମନ୍ତ୍ରୀଙ୍କ ଉପସ୍ଥିତିରେ ଭାରତ ଓ ବାଲାଂଦେଶ ମଧ୍ୟରେ ବିଭିନ୍ନ ପ୍ରକଳ୍ପର ଶୁଭାରମ୍ଭ ବାଣିଜ୍ୟରାଜ୍ୟ By Nitidin On Oct 5, 2019 Share ଭୁବନେଶ୍ୱର,ଏନ୍ଏନ୍ଏସ୍: ନୂଆଦିଲ୍ଲୀ ଠାରେ ଶନିବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ବାଂଲାଦେଶର ପ୍ରଧାନମନ୍ତ୍ରୀ ଶେଖ୍ ହସିନାଙ୍କ ଦ୍ୱାରା ଭାରତ ଓ ବାଲାଂଦେଶ ମଧ୍ୟରେ ବିଭିନ୍ନ ପ୍ରକଳ୍ପର ଶୁଭାରମ୍ଭ ଦୁଇ ଦେଶ ମଧରେ ଉର୍ଜା ବନ୍ଧନର ସଂଯୋଗ ସେତୁ ସ୍ଥାପନ କରିବ ବୋଲି କହିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ ଉଲ୍ଲେଖ କରିଛନ୍ତି ଯେ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ଭାରତର ‘ପ୍ରଥମ ନେବରହୁଡ୍’ ପଲିସି ଭାରତ- ବାଂଲାଦେଶର ଉର୍ଜା ନିର୍ବନ୍ଧକୁ ନୂଆ ସ୍ତରକୁ ନେଇଛିା ଏହି ପ୍ରକଳ୍ପରେ ବାଂଲାଦେଶରୁ ଭାରତର ଉତର-ପୂର୍ବ ରାଜ୍ୟ ସମୂହକୁ ରନ୍ଧନ ଗ୍ୟାସ ଆସିବ। ଫଳରେ ବାଂଲାଦେଶରୁ ଉତର-ପୂର୍ବର ଅନେକ ରାଜ୍ୟକୁ ରନ୍ଧନ ଗ୍ୟାସ ସହଜରେ ପହଁଚି ପାରିବ। କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ କହିଛନ୍ତି ଯେ ଭାରତ-ବାଂଲାଦେଶ ଦ୍ୱିପାକ୍ଷିକ ସମ୍ପର୍କକୁ ପ୍ରାଥମିକତା ଦିଆଯାଉଥିବା ବେଳେ ଉଭୟ ଦେଶର ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା ହୋଇଥିବା ଚୁକ୍ତି ଐତିହାସିକ ପଦକ୍ଷେପ। ଏହାଦ୍ୱାରା ଆଗାମୀ ଦିନରେ ଦୁଇ ପୋଡଶୀ ଦେଶ ଭିତରେ ଉର୍ଜା ସଂଯୋଗ୍ ମଜବୁତ୍ ହେବ। ଆଗାମୀ ଦିନରେ ଏହି ପ୍ରକଳ୍ପ ଉଭୟ ଦେଶର ବିକାଶ ଏବଂ ପ୍ରଗତି ହେବ। ଯାହାର ପରିଣାମସ୍ୂରୂପ ଦୁଇ ରାଷ୍ଟ୍ରରେ ଅର୍ଥନୀତି ଅଭିବୃଦ୍ଧି ଘଟିବା ସହ ଏବଂ ରୋଜଗାର ସୃଷ୍ଟି ହେବ ବୋଲି ସେ କହିଛନ୍ତି। Share