ନାଶଭିଲେର ଏକ ଘରୋଇ ଖ୍ରୀଷ୍ଟିଆନ ବିଦ୍ୟାଳୟରେ ଗୁଳିକାଣ୍ଡ, ସୁଟର ସମେତ ୭ ମୃତ

ୱାଶିଂଟନ,ଏଜେନ୍ସି: ଆମେରିକାର ଏକ ଖ୍ରୀଷ୍ଟିଆନ ସ୍କୁଲରେ ଆଖିବୁଜା ଗୁଳିମାଡ । ଏହି ଗୁଳିକାଣ୍ଡରେ ସୁଟରକୁ ସମେତ ୭ ଜଣଙ୍କର ମୃତ୍ୟୁ ହୋଇଥିବା ସୂଚନା ରହିଛି । ସୋମବାର ସକାଳ ସମୟରେ ଟେନେସିର ନାଶଭିଲେର ଏକ ଘରୋଇ ଖ୍ରୀଷ୍ଟିଆନ ବିଦ୍ୟାଳୟରେ ଗୁଳିକାଣ୍ଡ ଘଟିଥିଲା । ମୃତକଙ୍କ ମଧ୍ୟରେ ୩ ଜଣ ନାବାଳକ ରହିଛନ୍ତି । ମୃତ ସୁଟର ଜଣଙ୍କ ଜଣେ ଯୁବତୀ ହୋଇଥିବା ସ୍ଥାନୀୟ ଗଣମାଧ୍ୟମ ରିପୋର୍ଟ କରିଛି ।

ମିଳିଥିବା ସୂଚନା ଅନୁଯାୟୀ, ଗତକାଲି ଯୁବତୀ ଜଣଙ୍କ ହଠାତ ସ୍କୁଲ ମଧ୍ୟରେ ପ୍ରବେଶ କରି ଆଖିବୁଜା ଗୁଳିମାଡ କରିଥିଲେ । ଏହାପରେ ସେଠାରୁ ଖସିଆସିବା ପାଇଁ ଉଦ୍ୟମ କରୁଥିବା ବେଳେ ପୋଲିସ ସହ ମୁହାଁମୁହିଁ ହୋଇଥିଲା । ଫଳରେ ସୁଟର ଯୁବତୀଙ୍କ ଉପରକୁ ଗୁଳି ଚଳାଇଥିଲା ପୁଲିସ । ଘଟଣାସ୍ଥଳରେ ଯୁବତୀଙ୍କର ମୃତ୍ୟୁ ହୋଇଥିଲା । ତଦନ୍ତ ପରେ ଜଣାପଡିଛି ଯେ, ଏହି ଯୁବତୀ ଜଣଙ୍କ ଏକାଧିକ ସ୍ଥାନରେ ଆକ୍ରମଣ କରିବାର ଯୋଜନା କରିଥିଲା ।

ଶନିବାର କାର୍ଲିଫର୍ଣ୍ଣିଆର ସୈକ୍ରାମେଣ୍ଟୋ କାଉଁଣ୍ଟିର ଏକ ଗୁରୁଦ୍ବାରରେ ଗୁଳିମାଡ ହୋଇଥିଲା । ଏଥିରେ ୨ ଜଣ ଆହତ ହୋଇଥିଲେ । କେଉଁ କାରଣରୁ ଗୁଳିମାଡ ହୋଇଥିଲା ତାର ପ୍ରକୃତ କାରଣ ସ୍ପଷ୍ଟ ହୋଇନଥିବା ବେଳେ ଗୁଳିକାଣ୍ଡର ଘଟାଇ ଫେରାର ହୋଇଯାଇଥିଲା ଦୁର୍ବୃତ୍ତ । ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ ଜାରି ରଖିଛି । ଏହି ଘଟଣାରେ ଦୁଇ ଗୋଷ୍ଠୀ ମଧ୍ୟରେ ହିଁ ସଂଘର୍ଷ ହୋଇଛି । ଯେଉଁମାନେ କି ପରସ୍ପରକୁ ଜାଣିଥିଲେ । ପ୍ରଥମେ ୩ ଜଣଙ୍କ ମଧ୍ୟରେ ବଚସା ହୋଇଥିଲା । ପରେ ଏହା ଉଗ୍ରରୂପ ଧାରଣା କରିଥିଲା । ଯାହାକି ଗୁଳିକାଣ୍ଡର ରୂପ ନେଇଥିଲା । ଏଥିରୁ ଏହା ସ୍ପଷ୍ଟ ହେଉଛି ଯେ ସେମାନେ ପରସ୍ପର ପରସ୍ପରକୁ ଜାଣିଛନ୍ତି । କୌଣସି ଏକ କଥାକୁ ନେଇ ଝଗଡା ହୋଇଥିବା ଅନୁମାନ କରାଯାଉଛି ।