ଅଗ୍ନିକାଣ୍ଡରେ ପୋଡ଼ିଗଲା ସାତ ବଖରା ଘର, ଗାଈ ଜୀବନ୍ତ ଦଗ୍ଧ

ଖୋର୍ଦ୍ଧା,ଏନ୍ଏନ୍ଏସ୍: ଜଙ୍କିଆ ଥାନା ଅନ୍ତର୍ଗତ ହଜ ପଞ୍ଚାୟତର ନିଧିପୁର ଗାଁ’ରେ ସଟସର୍କିଟ ହୋଇ ଅଗ୍ନିକାଣ୍ଡ ଘଟିଯାଇଛି। ଏହି ଅଗ୍ନିକାଣ୍ଡରେ ସୁର ମହାପାତ୍ର ଓ ତାଙ୍କ ପଡୋଶୀର ୭ ବଖରା ଘର ପୋଡିଯିବା ସହ ଘରର ସମସ୍ତ ଆସବାବପତ୍ର ମଧ୍ୟ ଜଳିଯାଇଛି। ଏଥିରେ ସୁର ମହାପାତ୍ରଙ୍କ ଗାଇ ମଧ୍ୟ ଜୀବନ୍ତ ଦଗ୍ଧ ହୋଇଯାଇଛି।

ସ୍ଥାନୀୟ ଲୋକେ ନିଆଁକୁ ଆୟତ୍ତ କରିବା ସହିତ ଦମକଳ ବାହିନୀକୁ ଖବର ଦେଇଥିଲେ। ପରେ ଅଗ୍ନିଶମ ବିଭାଗର କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଛନ୍ତି। ସେହିପରି ଅଗ୍ନିକାଣ୍ଡରେ କ୍ଷତିଗ୍ରସ୍ତ ପରିବାରକୁ ସରକାରୀ ସାହାଯ୍ୟ ଯୋଗାଇଦେବାକୁ ସାଧାରଣରେ ଦାବି ହୋଇଛି।