ବିଜେପି ପକ୍ଷରୁ ସେବା ସପ୍ତାହ ପାଳିତ

ଝାରସୁଗୁଡ଼ା,ଏନ୍ଏନ୍ଏସ୍: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଜନ୍ମଦିନ ଅବସରରେ ଜିଲ୍ଲା ବିଜେପି ପକ୍ଷରୁ ସେବା ସପ୍ତାହ ପାଳନ କରାଯାଇଛି। ଏହି ଅବସରରେ ଜିଲ୍ଲା ବିଜେପିର ସଦସ୍ୟମାନେ ଲୋକଙ୍କୁ ଫଳ, ଶୁଖିଲା ଖାଦ୍ୟ ବାଣ୍ଟିଛନ୍ତି। ଏହାସହ ‘ମାନବ ସେବା ହିଁ ପରମ ସେବା’ର ବାର୍ତ୍ତାଦେଇ ସବୁବେଳେ ଅନ୍ୟର ସେବା ପାଇଁ ଆଗ୍ରହ ରଖିବାକୁ ଲୋକଙ୍କୁ ପ୍ରୋତ୍ସାହିତ କରିଛନ୍ତି। ଉକ୍ତ କାର୍ଯ୍ୟକ୍ରମରେ ରାଜ୍ୟ ସମ୍ପାଦକ ଟଙ୍କଧର ତ୍ରିପାଠୀ, ଝାରସୁଗୁଡ଼ା ଟାଉନ ମଣ୍ଡଳ ସଭାପତି ନେତାଜୀ ପଟ୍ଟନାୟକ, ଜିଲ୍ଲା କୃଷକ ମୋର୍ଚ୍ଚା ସାଧାରଣ ସମ୍ପାଦକ ମୁରାରୀ ପ୍ରସାଦ ପାଣିଗ୍ରାହୀ, ପ୍ରେମସନ ରାୟ, ନିଳାମ୍ବର ଡନସନା, ଜ୍ୟୋତି ପାଣ୍ଡେ ଓ ସୁରଭି ସାହୁ ପ୍ରମୁଖ ଉପସ୍ଥିତ ଥିଲେ।