ସର୍ଭ ଫର ପିପୁଲ ତରଫରୁ ମାଗଣା ଔଷଧ ବଣ୍ଟନ

ହାଟଡ଼ିହି,ଏନ୍ଏନ୍ଏସ୍: ହାଟଡ଼ିହି ବ୍ଲକ୍ ନାହା ପ୍ରାଥମିକ ବିଦ୍ୟାଳୟରେ ‘ସର୍ଭ ଫର ପିପୁଲ’ ତରଫରୁ ମାଗଣା ରୋଗୀ ସେବା ସହ ବନ୍ଧୁ ମିଳନ ଉତ୍ସବ ଅନୁଷ୍ଠି ହୋଇଯାଇଛି। ଏଥିରେ ନାହା ତଥା ଏହାର ଆଖପାଖ ଅଞ୍ଚଳରୁ ବିଭିନ୍ନ ରୋଗୀ ଆସି ହୋମିଓପ୍ୟାଥିକ ଔଷଧ ନେବା ସହ ଚର୍ମ ରୋଗର ନିରାକରଣ ନିମନ୍ତେ ସୂଚନା ଦେଇଥିଲେ।

ଏଥିରେ ଡାକ୍ତର ସଂଗ୍ରାମ କେଶରୀ ବ୍ରହ୍ମ, ଓ ସ୍ମିତାଞ୍ଜଳୀ ମହାନ୍ତି ଲୋକମାନଙ୍କୁ ଔଷଧ ବିତରଣ କରିଥିଲେ। ଚନ୍ଦ୍ରମୌଳି ମହାନ୍ତିଙ୍କ ତତ୍ତ୍ୱବଧାନରେ କାର୍ୟ୍ୟକ୍ରମ ପରିଚାଳନା ହୋଇଥିଲା। ଏହି ପରିପ୍ରେକ୍ଷୀରେ ପାଖା ପାଖି ୧୦୦ରୁ ଉର୍ଦ୍ଧ୍ବ ଲୋକଙ୍କୁ ମାଗଣା ଔଷଧ ବଣ୍ଟନ କରାଯାଇଛି।