୯ ଜିଲ୍ଲାରେ ଆରମ୍ଭ ହେବ ସେରୋଲଜିକାଲ ସର୍ଭେ

ଭୁବନେଶ୍ୱର,ଏନ୍ଏନ୍ଏସ୍:କରୋନା ସଂକ୍ରମଣର ମାତ୍ରା ପରଖିବା ପାଇଁ ରାଜ୍ୟ ସରକାର ଆଉ ଏକ ବଡ଼ ପଦକ୍ଷେପ ହାତକୁ ନେଇଛନ୍ତି। ରାଜ୍ୟର ୯ଟି ଜିଲ୍ଲାରେ ସେରୋଲଜିକାଲ ସର୍ଭେ ଆରମ୍ଭ କରାଯିବ । ଯେଉଁ ସବୁ ବ୍ୟକ୍ତି ସ୍ୱାସ୍ଥ୍ୟ ସେବାରେ ନିୟୋଜିତ ରହୁଛନ୍ତି ସେମାନଙ୍କ ଦ୍ୱାରା ସେରୋଲଜିକାଲ ସର୍ଭେ କରାଯିବ । ପୌର, ପରିବହନ ଓ ପୁଲିସ କର୍ମଚାରୀଙ୍କର ସେରୋଲଜିକାଲ ସର୍ଭେ କରାଯିବ। ଗତକାଲି ପୁରୀ ଜିଲ୍ଲାରୁ ଆରମ୍ଭ ହୋଇଥିବା ଏହି ସର୍ଭେରେ ୯ଟି ଜିଲ୍ଲାର ପ୍ରାୟ ୧୦ହଜାର ଲୋକେ ସାମିଲ ହେବେ ବୋଲି ଜଣାପଡ଼ିଛି ।