ୟୁଏସ୍ ଓପନ: ସେମିଫାଇନାଲରେ ସେରେନା

ୟୁଏସ୍ ଓପନରେ ୬ଥର ଚାମ୍ପିଅନ ହୋଇଥିବା ଏହି ୩୭ବର୍ଷର ସେରେନା ଆଜି ପୁଣି ୟୁଏସ୍ ଓପନ ସେମିଫାଇନାଲରେ ପହଞ୍ଚିଛନ୍ତି। ଚିନର ନଂ-୧ ଖେଳାଳି ବଂଗ କିଆଙ୍ଗକୁ ୬-୧, ୬-୦ରେ ପରାସ୍ତ କରି ସେମିଫାଇନାଲକୁ ଉତ୍ତୀର୍ଣ୍ଣ ହୋଇଛନ୍ତି। ଏହି ମ୍ୟାଚକୁ ଜିତିବା ପାଇଁ ତାଙ୍କୁ ୪୪ମିନିଟ ସମୟ ଲାଗିଥିଲା। ତେବେ ଏହି ଅନ୍ତିମ ଏବଂ ଚତୁର୍ଥ ଗ୍ରାଣ୍ଡ ସ୍ଲେମରେ ସେରେନା ସେମିରେ ପହଞ୍ଚିବା ସହ ଏହା ତାଙ୍କର ୧୦୦ତମ ବିଜୟ ହୋଇଛି।

ଆମେରିକାର ଏହି ଖେଳାଳିଙ୍କୁ ପଚାରିବାରେ ‘ମୁଁ କେବେ ବି ଭାବିନଥିଲି, ମୁଁ ୧୦୦ଟା ମ୍ୟାଚ୍ ଜିତିପାରିବି’ ବୋଲି କହିଥିଲେ।