ୟୁଏସ୍ ଓପନ: ଫାଇନାଲରେ ସେରେନା ଓ ବିୟାଙ୍କା

୬ଥର ଚାମ୍ପିଅନ ହୋଇଥିବା ୩୭ ବର୍ଷୀୟ ସେରେନା ଓ୍ଵିଲିୟମ୍ସ ଆଜି ପୁଣି ଥରେ ୟୁଏସ୍ ଓପନ୍ର ଫାଇନାଲକୁ ପହଞ୍ଚିଛନ୍ତି। ସେରେନା ସେମିରେ ପୂର୍ବରୁ ବିଶ୍ୱରେ ୫ନମ୍ବରରେ ଥିବା ୟୁକ୍ରେନର ଏଲିନା ସ୍ୱିତୋଲିନାକୁ ୬-୩, ୬-୧ରେ ପରାସ୍ତ କରିଥିଲେ। ଏହି ମ୍ୟାଚ୍ ଜିତିବାକୁ ତାଙ୍କୁ ୭୦ ମିନିଟ ଲାଗିଥିଲା।
ଅନ୍ୟପଟେ ବିଶ୍ୱର ୧୫ନମ୍ବର ର୍ୟାଙ୍କ ଖେଳାଳି ବିୟାଙ୍କା ବିଶ୍ୱର ୧୨ନଂ ସ୍ୱିସ ଖେଳାଳି ବେଲିଣ୍ଡା ବେନକିକକୁ ୭-୬(୭-୩), ୭-୫ରେ ପରାସ୍ତ କରି ଫାଇନାଲକୁ ଉତ୍ତୀର୍ଣ୍ଣ ହୋଇଛନ୍ତି।
ଫାଇନାଲ ସେରେନା ଓ ବିୟାଙ୍କାଙ୍କ ମଧ୍ୟରେ ଖେଳାଯାଉଥିବା ବେଳେ ସେରେନା ୧୦ଥର ଫାଇନାଲକୁ ଉତ୍ତୀର୍ଣ୍ଣ ହୋଇ ରେକର୍ଡ଼ ସୃଷ୍ଟି କରିଛନ୍ତି।