ନାବାଳିକାକୁ ଦୁଷ୍କର୍ମ ଉଦ୍ୟମ ଘଟଣା : ଅଭିଯୁକ୍ତକୁ ୭ ବର୍ଷ ଜେଲ

ଝାରସୁଗୁଡ଼ା,ଏନ୍ଏନ୍ଏସ୍: ନାବାଳିକାକୁ ଦୁଷ୍କର୍ମ ଉଦ୍ୟମ କରିଥିବା ଜଣେ ଅଭିଯୁକ୍ତକୁ ଆଜି ସ୍ପେଶଲ ପୋକ୍ସୋ କୋର୍ଟ ଝାରସୁଗୁଡା ୭ ବର୍ଷର ଜେଲ ଦଣ୍ଡାଦେଶ ଦେଇଛନ୍ତି। ଅଭିଯୁକ୍ତ ଜଣକ ରେଙ୍ଗାଲି ଥାନା ଅନ୍ତର୍ଗତ ବାଦିମାଲ ଗ୍ରାମର ଶତ୍ରୁଘନ ମାଝୀ ବୋଲି ସରକାରୀ ଓକିଲ ପିଆର ସିଂ ଦେଓ ସୂଚନା ଦେଇଛନ୍ତି। ସୂଚନା ଅନୁଯାୟୀ, ଅଭିଯୁକ୍ତ ଜଣକ ଜଣେ ନାବାଳିକାଙ୍କୁ  ୨୦୧୫ ମସିହାରେ ଦୁଷ୍କର୍ମ କରିବାର ପ୍ରୟାସ କରିଥିଲେ। ଏନେଇ ନାବାଳିକା ଜଣକ ନିଜ ପରିବାର ବର୍ଗଙ୍କୁ ଜଣାଇବାସହ ଥାନାରେ ଲିଖିତ ଅଭିଯୋଗ କରିଥିଲେ। ପୁଲିସ ଶତ୍ରୁଘନଙ୍କ ବିରୋଧରେ ମାମଲା ରୁଜୁ କରିବାସହ ଗିରଫ କରି କୋର୍ଟ ଚାଲାଣ କରିଥିଲା।