ଏନ୍ଏଚ୍ ୪୯ରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା, ଡ୍ରାଇଭର ମୃତ

ବାରିପଦା,୨୯ା୮: ମୟୁରଭଞ୍ଜ ଜିଲ୍ଲା ଜାତୀୟ ରାଜପଥ ୪୯ ବାଙ୍ଗିରିପୋଷି ଘାଟିରେ ଆଜି ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ଜଣେ ଟ୍ରକ୍ ଚାଳକ ପ୍ରାଣ ହରାଇଛନ୍ତି।
ସୂଚନା ଅନୁଯାୟୀ ଏକ ଟ୍ରକ୍ ମହାରାଷ୍ଟ୍ରରୁ ନାସିକ ପିଆଜ ନେଇ କୋଲକତା ଯାଉଥିବାବେଳେ ଅପରପାଶ୍ୱର୍ରୁ ଏକ ଲୁହା ବୋଝେଇ ଟ୍ରକ୍ କୋଲକତାରୁ ସମ୍ବଲପୁର ଯାଉଥିଲା। ବାଙ୍ଗିରିପୋଷି ଘାଟିରେ ଆଜି ଭୋରରେ ଉଭୟଙ୍କ ମଧ୍ୟରେ ମୁହାଁମୁହିଁ ଧକ୍କା ହୋଇଥିଲା। ଫଳରେ ପିଆଜ ନେଇ କୋଲକତା ଯାଉଥିବା ଟ୍ରକ୍ ଡ୍ରାଇଭର ଘଟଣାସ୍ଥଳରେ ମୃତ୍ୟୁ ଘଟିଛି। ଖବରପାଇ ବାଙ୍ଗିରିପୋଷି ପୁଲିସ ଓ ଅଗ୍ନିସମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ସେମାନଙ୍କୁ ଉଦ୍ଦାର କରିଛନ୍ତି। ଅପର ପକ୍ଷରେ ଅନ୍ୟ ଏକ ଟ୍ରକ୍ ଡ୍ରାଇଭର ଗୁରୁତର ଆହତ ହୋଇଥିଲେ। ସେଠାରୁ ତାଙ୍କୁ ବାଙ୍ଗିରିପୋଷି ଡାକ୍ତରଖାନାରେ ପ୍ରାଥମିକ ଚିକିିତ୍ସା କରାଯାଇଥିଲା। ସେଠାରେ ତାଙ୍କ ସ୍ୱାସ୍ଥ୍ୟବସ୍ଥା ସଙ୍କଟାପନ୍ନ ହେବାରୁ ତାଙ୍କୁ ବାରିପଦାସ୍ଥିତ ପିଆରଏମ୍ ମେଡିକାଲ କଲେଜ ଆଣ୍ଡ ହସ୍ପିଟାଲରେ ଭର୍ତ୍ତି କରାଯାଇଛି।
ଏହି ପରିପ୍ରେକ୍ଷୀରେ ୩ରୁ ଊଦ୍ଧ୍ୱର୍ ଘଣ୍ଟା ଧରି ରାସ୍ତାରେ ଗାଡ଼ିଚଳାଚଳ ବନ୍ଦ ରହିଥିଲା।