ଗୁରୁଗ୍ରାମରେ ଚାଞ୍ଚଲ୍ୟ: ପେଟ୍ରୋଲ୍ ପମ୍ପରେ ମ୍ୟାନେଜରଙ୍କ ସମେତ ତିନି କର୍ମଚାରୀଙ୍କୁ ହତ୍ୟା

ନୂଆଦିଲ୍ଲୀ,ଏଜେନ୍ସି: ଗୁରୁଗ୍ରାମରେ ତିନି ପେଟ୍ରୋଲ ପମ୍ପ କର୍ମଚାରୀଙ୍କୁ ହତ୍ୟା କରାଯାଇଛି। ଏହି ଘଟଣା ରାତି ପ୍ରାୟ ୨ଟା ୪୦ ସମୟରେ ଘଟିଛି। ଗୁରୁଗ୍ରାମର ଦିଲ୍ଲୀ-ଜୟପୁର ରାଜପଥରେ ଅବସ୍ଥିତ ସିଏନଜି ପମ୍ପରେ କାମ କରୁଥିବା ଏହି ତିନି କର୍ମଚାରୀ ପମ୍ପ ଖୋଲିବାକୁ ପ୍ରସ୍ତୁତି କରୁଥିବା ସମୟରେ କିଛି ଦୁର୍ବତ୍ତ ଆସି ଧାରୁଆ ଅସ୍ତ୍ରରେ ଆକ୍ରମଣ କରି ଏହି ହତ୍ୟା କାଣ୍ଡ କରିଥିବା ପୁଲିସ କହିଛି। ଆକ୍ରମଣକାରୀମାନେ ଅଫିସରେ ଦୁଇଜଣଙ୍କୁ ହତ୍ୟା କରିଥିବାବେଳେ ଅନ୍ୟ ଜେଣେ ରାଜପଥ ଆଡକୁ ଦୋଡି ଯିବା ସମୟରେ ସେଠାରେ ସେଠାରେ ତାଙ୍କର ମୃତ୍ୟୁ ଘଟିଥିଲା।

ମୃତକଙ୍କ ନାମ ପୁଷ୍ପେନ୍ଦ୍ର, ନରେନ୍ଦ୍ର ଏବଂ ଭୁପେନ୍ଦ୍ର ବୋଲି ଜଣା ପଡିଛି ଏବଂ ସମସ୍ତେ ବାଦନା ନିବାସୀ ବୋଲି କୁହାଯାଉଛି। ସେଥିମଧ୍ୟରୁ ଜଣେ ହେଉଛନ୍ତି ପମ୍ପର ମ୍ୟାନେଜର ଏବଂ ଅନ୍ୟ ଦୁଇଜଣ ସହଯୋଗୀ। ଖବରପାଇ ପୁଲିସ କମିସନର କାଲା ରାମଚନ୍ଦ୍ରନ ଘଟଣାସ୍ଥଳରେ ପହଞ୍ଚି ଯାଞ୍ଚ କରିଥିଲ। ତେବେ ହତ୍ୟାକାରୀ କୌଣସି ଲୁଟ୍‌ପାଟ କରି ନଥିବା ଜଣା ପଡିଛି। ଏମିତିକି କାର୍ଯ୍ୟାଳୟରେ ମୃତକଙ୍କ ମୋବାଇଲ ଫୋନ ପଡି ରହିଛି।

ତେବେ ପମ୍ପର ସିସିଟିଭି କ୍ୟାମେରା ବନ୍ଦ ପଡିଥିବା ଜଣା ପଡିଛି, ଏହାକୁ ନେଇ ପୋଲିସର ସନ୍ଧେହ ଘନିଭୁତ ହୋଇଛି । ଏହି ହତ୍ୟାକାଣ୍ଡରେ ପୁରୁଣା କର୍ମଚାରୀଙ୍କ ହାତ ଥାଇପାରେ ବୋଲି ପୋଲିସ ଆଶଙ୍କା କରୁଛି । ପୋଲିସ କମିଶନର କାଲା ରାମଚନ୍ଦ୍ରନ କହିଛନ୍ତି ଯେ ତଦନ୍ତ ଚାଲିଛି, ଖୁବ ଶୀଘ୍ର ଘଟଣାର ଖୁଲାସା ହେବ।