ବରିଷ୍ଠ ଆଇପିଏସ୍ ସ୍ତରରେ ଅଦଳବଦଳ

ଭୁବନେଶ୍ୱର,ଏନ୍ଏନ୍ଏସ୍: ରାଜ୍ୟ ସରକାର ବରିଷ୍ଠ ଆଇପିଏସ୍ ସ୍ତରରେ ଅଦଳବଦଳ କରିଛନ୍ତି। ଫଳରେ ଯଶୋବନ୍ତ ଜେଠୱା ଭିଜିଲାନ୍ସ ନିର୍ଦ୍ଦେଶକ ହୋଇଥିବାବେଳେ ଲଳିତ ଦାସ ଗୁଇନ୍ଦା ନିର୍ଦ୍ଦେଶକ ହୋଇଛନ୍ତି। ସେହିପରି ସଞ୍ଜୀବ ପଣ୍ଡା କ୍ରାଇମବ୍ରାଞ୍ଚ ଏଡିଜି, ରାଧାକୃଷ୍ଣ ଶର୍ମା ଆଇନଶୃଙ୍ଖଳା ଏଡିଜି, ଅରୁଣ ବୋଥ୍ରା ପରିବହନ କମିଶନର, ଅସିତ ପାଣିଗ୍ରାହୀ ଆଇଜି ଭିଜିଲାନ୍ସ ଓ ସୁଧାଂଶୁ ଷଡ଼ଙ୍ଗୀ ଗୃହ ବିଭାଗ ଓଏସଡି ଭାବେ ନିଯୁକ୍ତ ହୋଇଥିବା ଜଣାପଡ଼ିଛି।