ଲାଞ୍ଚ ନେଉଥିବାବେଳେ ଧରାପଡ଼ିଲେ ଅବସରପ୍ରାପ୍ତ ସିନିୟର ଆସିଷ୍ଟାଣ୍ଟ

ଭୁବନେଶ୍ୱର,ଏନ୍ଏନ୍ଏସ୍: ଭିଜିଲାନ୍ସ ଜାଲରେ ବ୍ରହ୍ମପୁର  ମହାନଗର ନିଗମର ଅବସରପ୍ରାପ୍ତ ସିନିୟର ଆସିଷ୍ଟାଣ୍ଟ ତଥା ଅଫିସ ଆସିଷ୍ଟାଣ୍ଟ ଏ ଲକ୍ଷ୍ମୀପ୍ରସାଦ ରାଓ। ବିଏମ୍‌ସିର ଦୋକାନ ଗୃହର ମାଲିକାନା ସତ୍ତ୍ୱ ବଦଳାଇବା ପାଇଁ ଜଣଙ୍କ ଠାରୁ ଫାଇଲ ପ୍ରୋସେସିଂ ପାଇଁ ୨୫ ହଜାର ଟଙ୍କା ଲାଞ୍ଚ ନେଉଥିବାବେଳେ ଭିଜିଲାନ୍ସ ହାତରେ ଧରାପଡ଼ିଛନ୍ତି।

ଲକ୍ଷ୍ମୀପ୍ରସାଦ ଗତ ୩୧ମାର୍ଚ୍ଚ ୨୦୧୮ରେ କାର୍ଯ୍ୟରୁ ଅବସର ନେଇଥିଲେ। ପରେ ତାଙ୍କୁ ବିଏମ୍‌ସି ପକ୍ଷରୁ ଅଫିସ ଆସିଷ୍ଟାଣ୍ଟ ଭାବେ ନିଯୁକ୍ତି ଦିଆଯାଇଥିଲା। ତେବେ ବ୍ରହ୍ମପୁର ବିଏମ୍‌ସି ଅଫିସରେ ଏକ ହୋଟେଲ ଚାଲୁଥିବାବେଳେ ଏହାର କାଗଜପତ୍ର ପାଇଁ ଦୋକାନ ମାଲିକ ଲକ୍ଷ୍ମୀନାରାୟଣଙ୍କ ଠାରୁ ୨୫ ହଜାର ଟଙ୍କା ଲାଞ୍ଚ ନେଉଥିଲେ। ଯୋଜନା ମୁତାବକ ଭିଜିଲାନ୍ସ ତାଙ୍କୁ ଧରିଥିଲା। ଏହି ପରିପ୍ରେକ୍ଷୀରେ ଲକ୍ଷ୍ମୀପ୍ରସାଦ ରାଓଙ୍କ ପୁରୁଷୋତ୍ତମପୁରରେ ଥିବା ଘର ଓ ସରକାରୀ କ୍ୱାର୍ଟର୍ସରେ ଭିଜିଲାନ୍ସ ଚଢ଼ଉ କରିଛି।