ଚାଉଳ ନାଁ’ରେ ଖୁଦ ଚାଲାଣ ଘଟଣା : ଉଚ୍ଚସ୍ତରୀୟ ତଦନ୍ତ ଦାବି କଲା ଆପ୍

ବରଗଡ଼,ଏନ୍ଏନ୍ଏସ୍: ବରଗଡ଼ରୁ ପଶ୍ଚିମବଙ୍ଗକୁ ଚାଉଳ ନାଁ’ରେ ଖୁଦ ଚାଲାଣ ଘଟଣାର ଉଚ୍ଚସ୍ତରୀୟ ତଦନ୍ତ ଦାବି କରିଛି ଆମ ଆଦମୀ ପାର୍ଟି। ଏନେଇ ଆପ୍ ତରଫରୁ ବରଗଡ଼ ଜିଲ୍ଲାପାଳଙ୍କ ଉଦ୍ଦେଶ୍ୟରେ ଏକ ସ୍ମାରକ ପତ୍ର ପ୍ରଦାନ କରାଯାଇଛି। ବର୍ତ୍ତମାନ କରୋନା ମହାମାରୀ ସମୟରେ ଓଡ଼ିଶାରୁ ପଶ୍ଚିମବଙ୍ଗକୁ ଚାଉଳ ବଦଳରେ ଖୁଦ ପଠାଯିବା ଦୁର୍ଭାଗ୍ୟଜନକ ବୋଲି ଆପ ତରଫରୁ କୁହାଯାଇଛି। ଗତ ୨୧ ତାରିଖରେ ବରଗଡ଼ରୁ ଟ୍ରେନ ଯୋଗେ ପଶ୍ଚିମବଙ୍ଗ ଯିବା ପାଇଁ ଚାଉଳ ଲୋଡ଼ ହେଉଥିଲା । ଯାହାକି କେଦଂପାଲି ପଣ୍ୟଗାର ଗୋଦାମରୁ ଟ୍ରକ ଯୋଗେ ରେଲୱେ ଷ୍ଟେସନ ଆସିଥିବା ବେଳେ ସେଥିରୁ ୨ଶହ ବସ୍ତା ଖୁଦ ବାହାରିଥିଲା। ଆଉ ଏଥିରେ ସଂପୃକ୍ତ ଅଧିକାରୀ, ଟ୍ରାନ୍ସପୋର୍ଟ ସଂସ୍ଥା ତଥା ବଡ଼ବଡ଼ିଆଙ୍କ ହାତ ରହିଥିବା ଆପ୍ ତରଫରୁ ଅଭିଯୋଗ କରାଯାଇଛି। ଏହି ସ୍ମାରକି ପତ୍ର ପ୍ରଦାନ ସମୟରେ ଆପର ଜିଲ୍ଲା ଆବାହକ ଭବାନୀ ପ୍ରସାଦ ସାହୁଙ୍କ ସମେତ ଅମିତା୍ୱ ପାତ୍ର , ଏମଡି ଅଲିମ, ପ୍ୱିତ୍ର ଦେହେରି ପ୍ରମୁଖ ଉପସ୍ଥିତ ଥିଲେ।