ବଲାଙ୍ଗୀର,ଏନ୍ଏନ୍ଏସ୍ : ଲକଡାଉନ ସମୟରେ ମଧ୍ୟ ନିଶା ବେପାରୀମାନେ ସେମାନଙ୍କର ବେପାର ଜାରି ରଖିଛନ୍ତି । ଦୁଇଦିନ ତଳେ ପୁଇଁନ୍ତଲା ପୁଲିସ କଫ ସିରଫ ବିକ୍ରି କରୁଥିବା ଅଭିଯୋଗରେ ଜଣେ ଯୁବକକୁ ଗିରଫ କରି କୋର୍ଟ ଚାଲାଣ କରିଥିବା ବେଳେ ଆଜି ଆଉ ଦୁଇଜଣ ଯୁବକଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି । ଗିରଫ ହୋଇଥିବା ଦୁଇଜଣ ଯୁବକ ହେଲେ ବଲାଙ୍ଗୀର ଜିଲ୍ଲା ଉଦୟ ନଗରର ଲକି ରାଓ ଓ ବ୍ରାହ୍ମଣପଡାର ରାଜ କିଶୋର ସ୍ୱାଇଁ । ସେମାନଙ୍କ ନିକଟରୁ ପୁଲିସ ୧୦୨ ବୋତଲ କଫ ସିରଫ ଜବତ କରିଛି ।