ଅନ୍ତର୍ଜାତୀୟ ସୁନ୍ଦରୀ ପ୍ରତିଯୋଗିତାରେ ଓଡ଼ିଆ ଝିଅ ସେଫାଳି

ଭୁବନେଶ୍ୱର,ଏନ୍ଏନ୍ଏସ୍: ଶ୍ରୀଲଙ୍କାରେ ହୋଇଥିବା ମିସ ବ୍ରିଟିଶ ଏମ୍ପ୍ୟାଆର ୨୦୧୯ ସୁନ୍ଦରି ପ୍ରତିଯୋଗିତାରେ ବଲାଙ୍ଗିରର ସେଫାଳି ଉଦଗାତା ତୃତୀୟ ସ୍ଥାନ ଅଧିକାର କରିଛନ୍ତି। ଏହି ପ୍ରତିଯୋଗିତାରେ ବିଭିନ୍ନ ଦେଶର ପ୍ରତିଯୋଗୀମାନେ ଅଂଶଗ୍ରହଣ କରିଥିବା ବେଳେ ସମସ୍ତଙ୍କୁ କଡ଼ା ଟକ୍କର ଦେଇଛନ୍ତି ଏହି ଓଡ଼ିଆ ଝିଅ। ବିଭିନ୍ନ ରାଉଣ୍ଡରେ ଉଲ୍ଲେଖନୀୟ ପ୍ରତିଭା ପ୍ରଦର୍ଶନ କରିବା ପରେ ସେଫାଳି ଦ୍ୱିତୀୟ ରନର୍ସ ଅପ୍ ଭାବେ ପୁରସ୍କୃତ ହୋଇଛନ୍ତି।

ସେ ଏହା ପୂର୍ବରୁ ସେଫାଳି ଅପେରା ମିସ୍ ଇଣ୍ଡିଆ ଗ୍ଲୋବାଲ ବିଜେତା ହୋଇଥିଲେ। ପ୍ରତିଯୋଗିତା ପରେ ଭୁବନେଶ୍ୱରରେ ସେଫାଳି ପହଞ୍ଚିଛନ୍ତି।